ETV Bharat / city

CAG Report: ରାଜ୍ୟର ସହରାଞ୍ଚଳରେ ଜଳ ଗୁଣବତ୍ତା ପରିଚାଳନାରେ ତ୍ରୁଟି ପରିଲକ୍ଷିତ - CAG Report

ମହାଲେଖାଗାର (Comptroller and Audit General) କାର୍ଯ୍ୟାଳୟରେ ଉଭୟ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ର ତଥା ରାଜସ୍ବ କ୍ଷେତ୍ର ପାଇଁ ଏହି ଅଡିଟ ରିପୋର୍ଟ (Social,Economic and Revenue Audit Report) ଉପସ୍ଥାପିତ ହୋଇଛି । ରାଜ୍ୟର ସହରାଞ୍ଚଳରେ ଜଳ ଗୁଣବତ୍ତା ପରିଚାଳନାରେ ପରିଚାଳନାଗତ ତ୍ରୁଟି ପରିଲକ୍ଷିତ ହୋଇଥିବା କୁହାଯାଇଛି। ଯାହା ମୋଟ ଧାର୍ଯ୍ୟର ମାତ୍ର 19% ପ୍ରତିଶତ। ଅଧିକ ପଢନ୍ତୁ

Audit Report of CAG
ରାଜ୍ୟର ସହରାଞ୍ଚଳରେ ଜଳ ଗୁଣବତ୍ତା ପରିଚାଳନାରେ ତ୍ରୁଟି ପରିଲକ୍ଷିତ
author img

By

Published : Dec 11, 2021, 7:33 AM IST

ଭୁବନେଶ୍ୱର: ମହାଲେଖାଗାର (Comptroller and Audit General) କାର୍ଯ୍ୟାଳୟରେ ଉଭୟ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ର ତଥା ରାଜସ୍ବ କ୍ଷେତ୍ର ପାଇଁ ଏହି ଅଡିଟ ରିପୋର୍ଟ (Social, Economic and Revenue Audit Report) ଉପସ୍ଥାପିତ ହୋଇଛି । ରାଜ୍ୟର ସହରାଞ୍ଚଳରେ ଜଳ ଗୁଣବତ୍ତା ପରିଚାଳନାରେ ପରିଚାଳନାଗତ ତ୍ରୁଟି ପରିଲକ୍ଷିତ ହୋଇଥିବା କୁହାଯାଇଛି । ଯାହା ମୋଟ ଧାର୍ଯ୍ୟର ମାତ୍ର 19% ପ୍ରତିଶତ । ବିଭିନ୍ନ ମାନକ ଆଧାରରେ ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି।

ରାଜ୍ୟର ସହରାଞ୍ଚଳରେ ଜଳ ଗୁଣବତ୍ତା ପରିଚାଳନାରେ ତ୍ରୁଟି ପରିଲକ୍ଷିତ

ରିପୋର୍ଟ ଅନୁସାରେ 2019-20 ଆର୍ଥିକ ବର୍ଷ ଅନୁସାରେ ଆଦାୟ ହୋଇଥିବା କର ଓ ଅଣକର ରାଜସ୍ବ ବାବଦରେ ରାଜ୍ୟ ସରକାର 46.31 % କୁ ବୃଦ୍ଧି କରିଥିଲେ, ଯାହା 18-19 ଆର୍ଥିକ ବର୍ଷରେ 44.79% ରେ ସୀମିତ ଥିଲା । ଏହା ସହିତ ଅର୍ଥ ବିଭାଗ ଅନ୍ତର୍ଗତ ବାଣିଜ୍ୟ କର 2019-20ରେ 1295 କୋଟି ଟଙ୍କା ଉଦ୍ଦିଷ୍ଟ ଥିବା ଆବଶ୍ୟକୀୟ କାଗଜପତ୍ର ଓ ରିଟର୍ଣ୍ଣ ଫାଇଲ ରିପୋର୍ଟ ଉପଲବ୍ଧ ହୋଇପାରିନଥିଲା । ସେହିଭଳି VAT ଅଧୀନରେ ଅନିର୍ଦ୍ଧିଷ୍ଟ ଦ୍ରବ୍ୟରେ ଟିକସ ହାର ନିମ୍ନ ମନର ହୋଇଥିବାରୁ ଏହାର ଆଦାୟ ପରିମାଣ 1.63 କୋଟି ଟଙ୍କା ର କର ସ୍ୱଳ୍ପ ଆଦାୟ ହେବା ସହ 3.26 କୋଟି ଟଙ୍କା ଜରିମାନା ଆଦାୟ ହୋଇନଥିଲା । ଗୁରୁତ୍ୱପୂର୍ଣ କଥା ହେଲା କର ଓ ଅଣକର ରାଜସ୍ୱ ଆଦାୟର ନଥିପତ୍ର ଯାଞ୍ଚ ବେଳେ 2019-20 ଆର୍ଥିକ ବର୍ଷ ଯାଞ୍ଚ ବେଳେ 27 ହଜାରରୁ ଅଧିକ ମାମାଲାରେ 1592 କୋଟି ଟଙ୍କାର ସ୍ୱଳ୍ପ କର ରାଜସ୍ବ ହାନି ହୋଇଥିବା ଦେଖାଯାଇଥିଲା । ସେହିଭଳି ଅନୁମୋଦିତ ପରିମାଣଠାରୁ ଅଧିକ ଲୁହାପଥର ଖନନସତ୍ୱେ ଖଣି ଯୁଗ୍ମ ନିର୍ଦେଶକଙ୍କ ଦ୍ୱାରା ପ୍ରାୟ 456 କୋଟି ଟଙ୍କାର କ୍ରୟ ମୂଲ୍ୟ ଲିଜ ଧରିଙ୍କ ଠାରୁ ଆଦାୟ ହୋଇପାରିନଥିଲା ।

ସେହିଭଳି ସାମାଜିକ ଓ ସାଧାରଣ କ୍ଷେତ୍ରରେ ମଧ୍ୟ ପରିଚାଳନା ଗତ ତ୍ରୁଟି ପରିଲକ୍ଷିତ ହୋଇଥିବା ମହଲେଖା ନିୟନ୍ତ୍ରକଙ୍କ ନଜରକୁ ଆସିଛି । ରାଜ୍ୟର ସହରାଞ୍ଚଳରେ ଜଳ ଗୁଣବତ୍ତା ପରିଚାଳନାରେ ପରିଚାଳନାଗତ ତ୍ରୁଟି ପରିଲକ୍ଷିତ ହୋଇଥିବା କୁହାଯାଇଛି । ବିଭିନ୍ନ ସ୍ତରରେ ଜଳର ଗୁଣବତ୍ତା ପରୀକ୍ଷା ପାଇଁ 115ଟି ଜଳ ପରୀକ୍ଷଣ ଲାବୋରେ୍ଟୋରୀ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ବେଳେ ସେ ବିପକ୍ଷରେ 22ଟି ପରୀକ୍ଷଣ ଲାବରେ୍ଟୋରୀ ନିର୍ମାଣ କରାଯାଇପାରିଛି | ଯାହା ମୋଟ ଧାର୍ଯ୍ୟର ମାତ୍ର 19% ପ୍ରତିଶତ।14ଟି ପରୀକ୍ଷା ଯାଞ୍ଚ ଜଳ ପରୀକ୍ଷଣ ପ୍ଲାଣ୍ଟ ମଧ୍ୟରୁ କେବଳ 3 ଟି ଡବ୍ଲୁ ଟିଏଲ ଭଳି ଜଳ ପରୀକ୍ଷଣ ସୁବିଧା ଉପଲବ୍ଧ ଥିଲା।

ଦେବୋତ୍ତର ଆୟୋଗଙ୍କ ଦ୍ବାରା ରାଜ୍ୟର ଧାର୍ମିକ ଅନୁଷ୍ଠାନ ଗୁଡ଼ିକର ପରିଚାଳନା। ତିନୋଟି ଧାର୍ମିକ ଅନୁଷ୍ଠାନ (ଆର୍‌ଆଇ)ରେ ଟ୍ରଷ୍ଟ ବୋର୍ଡ ଗଠନ ହୋଇଥିବା ବେଳେ, ହିନ୍ଦୁ ଧାର୍ମିକ ଦେବୋତ୍ତର ଅଧିନିୟମ ବ୍ୟବସ୍ଥା ଅନୁଯାୟୀ ଦେବୋତ୍ତର କମିଶନରଙ୍କ ଦ୍ଵାରା ଅଣବଂଶାନୁକ୍ରମିକ ସଦସ୍ୟ ମାନଙ୍କୁ ମନୋନୀତ କରାଯାଇ ନଥିଲା । ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଅଧନିୟମରେ ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟ ବୋର୍ଡ ଗଠନ ବିଷୟରେ ସେଭଳି କୌଣସି ବ୍ୟବସ୍ଥା ନଥିବା ସତ୍ତ୍ଵେ, ଅନ୍ୟ ଆଠଟି ଆର୍ ଆଇରେ ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟ ବୋର୍ଡ କାର୍ଯ୍ୟକ୍ଷମ ଥିଲା। ତିନୋଟି ଆର୍‌ଆଇ କ୍ଷେତ୍ରରେ ପରିଚାଳନା ନିମନ୍ତେ କୌଣସି ଯୋଜନା ପ୍ରସ୍ତୁତ କରାଯାଇନଥିଲା । ଏକ ଯୋଜନା ଅନୁପସ୍ଥିତିରେ, ଆର୍‌ଆଇ ଗୁଡ଼ିକର ସମ୍ପରି ଓ ମୂଲ୍ୟବାନ ସାମଗ୍ରୀର ସଠିକ୍ ପରିଚାଳନା ଓ ସଂରକ୍ଷଣ ସୁନିଶ୍ଚିତ କରାଯାଇପାରିନଥିଲା । ଫଳସ୍ଵରୂପ, ହିସାବ ପ୍ରସ୍ତୁତି ଓ ସମ୍ପର୍କିର ପରିଚାଳନା ତଥା ମୂଲ୍ୟବାନ ସାମଗ୍ରୀର ନିରାପଦ ସଂରକ୍ଷଣ ଇତ୍ୟାଦି ପାଇଁ କୌଣସି ପଦଧାରୀ/ ଟ୍ରଷ୍ଟି ଉତ୍ତରଦାୟୀ ନଥିଲେ ।

ପାଞ୍ଚ ଏକର ଜମି ପରିମିତ କଲେଜ ପରିସର, 18,885 ବର୍ଗଫୁଟ ଏକାଡେମିକ କୋଠା, ପ୍ରତ୍ୟେକ ବାଳକ ଓ ବାଳିକା ମାନଙ୍କ ପାଇଁ 56 ଶଯ୍ୟା ବିଶିଷ୍ଟ ହଷ୍ଟେଲ ଏବଂ 17 ଟି କର୍ମଗରୀ ବାସଗୃହ ବିଶିଷ୍ଟ ଏକ ବି.ଏଡ୍ କଲେଜ 9.12 କୋଟି ଟଙ୍କା ବ୍ୟୟରେ ପିଏ, ଆଇଟିଡ଼ିଏ, ମାଲକାନଗିରିଙ୍କ ଦ୍ଵାରା 20 ଫେବୃୟାରୀ 2018 ରେ ସମ୍ପୂର୍ଣ୍ଣ କରାଯାଇଥିଲା । କାର୍ଯ୍ୟକ୍ଷମ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା କଲେଜକୁ ହାତକୁ ନିଆଯାଇ ନଥିଲା କିମ୍ବା କଲେଜ ପାଇଁ ସହବନ୍ଧନ ହାସଲ କରାଯାଇ ନଥିଲା । ଫଳସ୍ଵରୂପ, 9.12 କୋଟି ଟଙ୍କା ବ୍ୟୟରେ ସୃଷ୍ଟି କରାଯାଇଥିବା ଭିତ୍ତିଭୂମି ଅବ୍ୟବହୃତ ହୋଇପଡି ରହିଥିଲା।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.