ETV Bharat / city

3 ହଜାର ଟ୍ରେଣ୍ଡରୁ ନିସ୍ତାର, ରାଜ୍ୟରେ 2617 ନୂଆ କୋରୋନା ମାମଲା ଚିହ୍ନଟ - ଓଡିଶାରେ କୋରୋନା ସଂକ୍ରମଣ

ରାଜ୍ୟରେ 4 ହଜାର ଟ୍ରେଣ୍ଡରୁ ଆଶ୍ବସ୍ତି । 3 ହଜାର ତଳକୁ ଖସିଲା ଆକ୍ରାନ୍ତ ସଂଖ୍ୟା । ଗୋଟିଏ ଦିନରେ 2617 ନୂଆ କୋରୋନା ମାମଲା ଚିହ୍ନଟ । ଅଧିକ ପଢନ୍ତୁ...

corona update in odisha, covid situation in odisha, covid contamination in odisha, coronavirus news, ରାଜ୍ୟରେ କୋରୋନା ଅପଡେଟ, ଓଡିଶାରେ କୋରୋନା ସ୍ଥିତି, ଓଡିଶାରେ କୋରୋନା ସଂକ୍ରଣ, କୋରୋନା ଭାଇରସ ନ୍ୟୁଜ୍‌
3 ହଜାର ଟ୍ରେଣ୍ଡରୁ ନିସ୍ତାର, ରାଜ୍ୟରେ 2617 ନୂଆ କୋରୋନା ମାମଲା ଚିହ୍ନଟ
author img

By

Published : Oct 5, 2020, 12:09 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣର କାୟା ବିସ୍ତାର ଯୋଗୁଁ କିଛି ଦିନ ତଳେ 4 ହଜାର ଟ୍ରେଣ୍ଡ ଆରମ୍ଭ ହୋଇଥିବା ବେଳେ ସାମାନ୍ୟ ସୁଧୁରିବାରେ ଲାଗିଛି ପରିସ୍ଥିତି । ଧିରେ ଧିରେ ଏହି ସଂଖ୍ୟା ହ୍ରାସ ପାଇ 3 ହଜାର ଧାରା ଜାରି ରହିଥିବା ବେଳେ ଦୀର୍ଘ ଦିନ ପରେ 3 ହଜାର ତଳକୁ ଖସିଛି ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା । ଏହି କ୍ରମରେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ କୋରୋନାର 2617ଟି ନୂଆ ମାମଲା ଚିହ୍ନଟ ହୋଇଥିବା ଜଣା ପଡିଛି । ଯାହାକୁ ନେଇ ରାଜ୍ୟବାସୀ ସାମାନ୍ୟ ଆଶ୍ବସ୍ତ ହୋଇଥିବା ଦେଖାଯାଇଛି ।

ସଦ୍ୟ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ସଂଗରୋଧ କେନ୍ଦ୍ରରୁ 1521 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1096ଟି ରହିଛି ସ୍ଥାନୀୟ ସଂକ୍ରମଣ ମାମଲା । ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 506, କଟକରୁ 136, ଅନୁଗୋଳରୁ 115, ବାଲେଶ୍ବରରୁ 79, ବରଗଡରୁ 148, ଭଦ୍ରକରୁ 49, ବଲାଙ୍ଗୀରରୁ 109, ବୌଦ୍ଧରୁ 18, ଦେଓଗଡରୁ 18, ଢେଙ୍କାନାଳରୁ 74, ଗଜପତିରୁ 7, ଗଞ୍ଜାମରୁ 43, ଜଗତସିଂହପୁରରୁ 45, ଯାଜପୁରରୁ 112, କଳାହାଣ୍ଡିରୁ 44, କନ୍ଧମାଳରୁ 32, କେନ୍ଦ୍ରାପଡାରୁ 132, କେନ୍ଦୁଝରରୁ 107, କୋରାପୁଟରୁ 43, ମାନକାନଗିରିରୁ 67, ମୟୂରଭଞ୍ଜରୁ 101, ନବରଙ୍ଗପୁରରୁ 59, ନୟାଗଡରୁ 38, ନୂଆପଡାରୁ 58, ପୁରୀରୁ 79, ରାୟଗଡାରୁ 26, ସମ୍ବଲପୁରରୁ 106, ସୋନପୁରରୁ 23, ସୁନ୍ଦରଗଡରୁ 91 ଜଣ ଆକ୍ରାନ୍ତ ରହିଛନ୍ତି ।

ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 2 ଲକ୍ଷ 35 ହଜାର 330ରେ ପହଞ୍ଚିଥିବା ବେଳେ ଏଯାବତ୍‌ ସୁସ୍ଥ ହୋଇଛନ୍ତି 2 ଲକ୍ଷ 2 ହଜାର 302 ଜଣ ଆକ୍ରାନ୍ତ । ଏହିକ୍ରମରେ ରାଜ୍ୟରେ ବର୍ତ୍ତମାନ 32 ହଜାର 51ଟି ସକ୍ରିୟ ମାମଲା ରହିଥିବା ଜଣା ପଡିଛି । ଏଠାରେ ପ୍ରକାଶ ଖାଉ କି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ 34 ଲକ୍ଷ 82 ହଜାର 402ଟି ଟେଷ୍ଟ ହୋଇ ସାରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.