ETV Bharat / city

ରାଜ୍ୟରେ ସ୍ବାଭାବିକ ବର୍ଷା ଠାରୁ ୩ ପ୍ରତିଶତ କମ

୨୫ ଅଗଷ୍ଟ ପର୍ଯ୍ୟନ୍ତ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି, ୧ ଜୁନରୁ ୨୫ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାରେ ୮୩୮.୨ ମିମି ବର୍ଷା ରେକର୍ଡ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Aug 25, 2020, 5:01 PM IST

ରାଜ୍ୟରେ ସ୍ବାଭାବିକ ବର୍ଷା ଠାରୁ ୩ ପ୍ରତିଶତ କମ
ରାଜ୍ୟରେ ସ୍ବାଭାବିକ ବର୍ଷା ଠାରୁ ୩ ପ୍ରତିଶତ କମ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଲଘୁଚାପଜନିତ ବର୍ଷା । ୨୫ ଅଗଷ୍ଟ ପର୍ଯ୍ୟନ୍ତ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି, ୧ ଜୁନରୁ ୨୫ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାରେ ୮୩୮.୨ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୮୬୧.୭ ମିମି ଠାରୁ ୩ ପ୍ରତିଶତ କମ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଓଡ଼ିଶାର ୪ଟି ଜିଲ୍ଲା ଖୋର୍ଦ୍ଧା (-୨୭%), ବାଲେଶ୍ୱର (-୨୪%), ଗଜପତି (-୨୦%) ଏବଂ ପୁରୀ (-୨୦%) ଠାରେ ସ୍ୱାଭାବିକ ବର୍ଷା ଠାରୁ କମ ବର୍ଷା ରେକର୍ଡ କରାଯାଇଛି । ସେହିପରି ଓଡ଼ିଶାର ୨୫ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି ।

ରାଜ୍ୟର ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ୱାଭାବିକ ବର୍ଷା ଠାରୁ ୫୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ଖୋର୍ଦ୍ଧାରେ ସର୍ବନିମ୍ନ ୫୮୧.୫ ମିମି ଯାହା ସ୍ଵାଭାଵିକ ବର୍ଷା ୮୦୦.୩ ମିମି ଠାରୁ ୨୭ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୪୩୯.୮ ମିମି, ଯାହା ସ୍ୱାଭାବିକ ବର୍ଷା ୯୪୮.୧ ମିମି ଠାରୁ ୫୨ ପ୍ରତିଶତ ଅଧିକ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.