ETV Bharat / city

Odisha Corona: ଦିନକରେ ବାହାରିଲେ ଆଉ ୩୪୫୦ ସଂକ୍ରମିତ, ୧୯ ମୃତ - ଓଡିଶା କୋରୋନା ରିପୋର୍ଟ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୪୫୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 55 ହଜାର 776ରେ ପହଞ୍ଚିଛି । ଅଧିକ ପଢନ୍ତୁ

ଦିନକରେ ବାହାରିଲେ ଆଉ ୩୪୫୦ ସଂକ୍ରମିତ
ଦିନକରେ ବାହାରିଲେ ଆଉ ୩୪୫୦ ସଂକ୍ରମିତ
author img

By

Published : Feb 2, 2022, 9:34 AM IST

Updated : Feb 2, 2022, 10:41 AM IST

ଭୁବନେଶ୍ବର: ରାଜ୍ୟରେ କ୍ରମଶଃ ହ୍ରାସ ପାଉଛି କୋରୋନାର ଦୈନିକ ସଂକ୍ରମଣ । ହେଲେ ଗତକାଲି ଅପେକ୍ଷା ସଂକ୍ରମଣରେ ସାମନ୍ୟ ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର 450 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଗତକାଲିରେ ସଂକ୍ରମଣ ଅନୁସାରେ ୩୬୪ ଅଧିକ । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୪୩୬ କିଶୋର କିଶୋରୀ ରହିଥିବା ବେଳେ ୨୦୧୨ କ୍ବାରେଣ୍ଟାଇନ ସେଣ୍ଟର ଓ ୧୪୩୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହା ସହିତ ଆଜି ରାଜ୍ୟରେ ୧୯ ଜଣଙ୍କ ଜୀବନ ନେଇଛି କିଲର କୋରୋନା । ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁ ସଂଖ୍ୟା 8,648ରେ ପହଞ୍ଚିଛି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୪ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୧୫୨, ବାଲେଶ୍ବରରୁ ୧୦୫, ବରଗଡରୁ ୮୨, ଭଦ୍ରକରୁ ୫୨, ବଲାଙ୍ଗୀରରୁ ୧୦୩, ବୌଦ୍ଧରୁ ୫୩, କଟକରୁ ୨୦୨, ଦେବଗଡରୁ ୭୧, ଢେଙ୍କାନାଳରୁ ୩୫, ଗଜପତିରୁ ୭୩, ଗଞ୍ଜାମରୁ ୬୪, ଜଗତସିଂହପୁରରୁ ୬୪, ଯାଜପୁରରୁ ୭୩, ଝାରସୁଗୁଡାରୁ ୫୫, କଳାହାଣ୍ଡିରୁ ୬୩, କନ୍ଧମାଳରୁ ୪୪, କେନ୍ଦ୍ରାପଡାରୁ ୬୦, କେନ୍ଦୁଝରରୁ ୩୯, କୋରାପୁଟରୁ ୫୩, ମାଲକାନଗିରିରୁ ୧୬, ମୟୂରଭଞ୍ଜରୁ ୧୮୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ ୯୯, ନୟାଗଡରୁ ୧୨୫, ନୂଆପଡାରୁ ୧୮୧, ପୁରୀରୁ ୭୨, ରାୟଗଡାରୁ ୩୬, ସମ୍ବଲପୁରରୁ ୧୩୧, ସୋନପୁରରୁ ୨୧, ସୁନ୍ଦରଗଡରୁ ୨୮୭ ଓ ଷ୍ଟେଟପୁଲରୁ ୧୪୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୫୫,୭୭୬ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସୁସ୍ଥ ହେଲେଣି 1209313 ଆକ୍ରାନ୍ତ । ବର୍ତ୍ତମାନ ରାଜ୍ୟରେ 37762 ସକ୍ରିୟା ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 2, 2022, 10:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.