ଭୁବନେଶ୍ବର: ରାଜ୍ୟରେ ପୁଣି ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ (Odisha corona cases) ମାମଲା । ଗତକାଲି ୪୨୪ ମାମଲା ଚିହ୍ନଟ ହୋଇଥିବାବେଳେ ଆଜି ୫ ଶହ ପାର କରିଛି ପଜିଟିଭ ମାମଲା। ୨୪ ଘଣ୍ଟାରେ ଆଉ ୬୮୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୧୯ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ସଂକ୍ରମିତ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୩୯୭ ଜଣ ଥିବାବେଳେ ୨୮୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୬୩ ଜଣ ଥିବାବେଳେ ବାଲେଶ୍ବରରୁ ୩୪, ବରଗଡରୁ ୧୪, ବଲାଙ୍ଗୀରରୁ ୪, କଟକରୁ ୫୯, ଦେବଗଡରୁ ୯, ଢେଙ୍କାନଳରୁ ୧, ଗଞ୍ଜାମରୁ ୧୨, ଗଜପତିରୁ ୪, ଜଗତସିଂହପୁରରୁ ୭, ଯାଜପୁରରୁ ୭, ଝାରସୁଗୁଡାରୁ ୨୫, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୮, କୋରାପୁଟରୁ ୯, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ୧୩, ପୁରୀରୁ ୧୫, ନୟାଗଡରୁ ୪, ରାୟଗଡା ୧, ନୂଆପଡାରୁ ୧, ସମ୍ବଲପୁରରୁ ୪୨ , ସୋନପୁରରୁ ୬, ସୁନ୍ଦରଗଡରୁ ୬୯ ଏବଂ ଷ୍ଟେଟ ପୁଲ୍ରୁ ୬୧ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୬ ହଜାର ୬୬୦ରେ ପହଞ୍ଚିଛି ।
ବର୍ତ୍ତମାନ ମୋଟ ୨ହଜାର ୮୮୮ଟି ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ୧୦ ଲକ୍ଷ ୪୫ ହଜାର ୨୫୫ଜଣ ଆରୋଗ୍ୟ ହୋଇଛନ୍ତି । କୋରୋନା ସାଙ୍ଗକୁ ନୂଆ ଭାରିଏଣ୍ଟ ଓମିକ୍ରମ ଦେଶ ସମେତ ରାଜ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ମୁକାବିଲା ପାଇଁ ସତର୍କତା ହିଁ ଏକମାତ୍ର ବାଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ