ETV Bharat / city

Odisha Corona: କୋରୋନା କୋପ, 24 ଘଣ୍ଟାରେ 51 ପଜିଟିଭ

author img

By

Published : Jun 19, 2022, 11:02 AM IST

ରାଜ୍ୟରେ ପୁଣି ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 51 କୋରୋନା ପଜିଟିଭ (COVID-19) ଚିହ୍ନଟ । ଅଧିକ ପଢନ୍ତୁ

କୋରୋନା କୋପ, 24 ଘଣ୍ଟାରେ 51 ପଜିଟିଭ
କୋରୋନା କୋପ, 24 ଘଣ୍ଟାରେ 51 ପଜିଟିଭ

ଭୁବନେଶ୍ବର: ପୁଣି ମାଡିଲାଣି ମହାମାରୀ । ଦୀର୍ଘ ଦିନ ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଯାହା ଚିନ୍ତାର କାରଣ ହୋଇଛି । ଶନିବାର ଚିହ୍ନଟ 38 ସଂକ୍ରମିତ ଅପେକ୍ଷା ଆଜି (ରବିବାର) ମାମଲା ହାଫ ସେଞ୍ଜୁରୀ ମାରିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 51 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 30 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 21 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 6ଜଣ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବର 4, ବୌଦ୍ଧ 1, କଟକ 3, ଗଞ୍ଜାମରୁ 1, ଜଗତସିଂହପୁର 2, ଝାରସୁଗୁଡାରୁ 1, ଖୋର୍ଦ୍ଧାରୁ 26, ନୟାଗଡରୁ 2, ନୂଆପଡାରୁ 1, ସୁନ୍ଦରଗଡରୁ 2, ସମ୍ବଲପୁରରୁ 1 ଓ ଷ୍ଟେଟପୋଲରୁ 7 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 88 ହଜାର 851 ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 239 ସକ୍ରିୟ ମାମଲା ରହିଛି । ନୂଆ 14 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 79 ହଜାର 433 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଦେଶରେ ମଧ୍ୟ ଉପରମୁହାଁ ରହିଛି ସଂକ୍ରମଣ । ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.