ETV Bharat / city

Odisha Corona Report: ଦିନକରେ ବାହାରିଲେ ୩୮ ପଜିଟିଭ - ରାଜ୍ୟ କୋରୋନା ରିପୋର୍ଟ

ଦୈନିକ ଚିହ୍ନଟ ସଂକ୍ରମଣ ମାମଲାରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳୁଛି । ଗତ ୨୪ ଘଣ୍ଟାରେ ଆଉ ୩୮ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଦିନକରେ ବାହାରିଲେ ୩୮ ପଜିଟିଭ
ଦିନକରେ ବାହାରିଲେ ୩୮ ପଜିଟିଭ
author img

By

Published : Mar 24, 2022, 10:03 AM IST

ଭୁବନେଶ୍ବର: ରାଜ୍ୟରେ ତଳ ମୁହାଁ କୋରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ମାମଲାରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳୁଛି । ଗତ ୨୪ ଘଣ୍ଟାରେ ଆଉ ୩୮ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୯ କିଶୋର କିଶୋରୀ ରହିଥିବା ବେଳେ ୨୩ ଜଣ କ୍ବାରେଣ୍ଟାଇନ ସେଣ୍ଟର ଓ ୧୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ ୨, ବରଗଡରୁ ୧, ବୌଦ୍ଧରୁ ୧, ଗଜପତିରୁ ୮, ଗଞ୍ଜାମରୁ ୨, ଜଗତସିଂହପୁରରୁ ୧, ଯାଜପୁରରୁ ୬, ଝାରସୁଗୁଡାରୁ ୧ ଓ ଖୋର୍ଦ୍ଧାରୁ ୬ଟି ମାମଲା ଚିହ୍ନଟ ହୋଇଛି ।

ସେହପରି କେନ୍ଦ୍ରାପଡାରୁ ୨, ମୟୂରଭଞ୍ଜରୁ ୧, ସମ୍ବଲପୁରରୁ ୨, ସୁନ୍ଦରଗଡରୁ ୪ ଓ ଷ୍ଟେଟପୁଲରୁ ୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୬୬୭ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨ ଲକ୍ଷ, ୭୭ ହଜାର ୬୭୭ ଜଣ କୋରୋନା କବଳରୁ ମୁକ୍ତି ପାଇଛନ୍ତି । ରାଜ୍ୟ ୪୭୬ଟି ସକ୍ରିୟ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.