ଭୁବନେଶ୍ବର: ରାଜ୍ୟରେ ତଳ ମୁହାଁ କୋରୋନାର ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩୨ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୬ କିଶୋର କିଶୋରୀ ରହିଥିବା ବେଳେ ୧୯କ୍ବାରେଣ୍ଟାଇନ ସେଣ୍ଟର ଓ ୧୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨ଟି ମାମଲା ରହିଥିବା ବେଳେ ବାଲେଶ୍ବରରୁ ୩, କଟକରୁ ୧, ଢେଙ୍କନାଳରୁ ୧, ଗଜପତିରୁ ୭, ଯାଜପୁରରୁ ୬, କେନ୍ଦ୍ରାପଡାରୁ ୧ କୋରାପୁଟରୁ ୬, ମୟୂରଭଞ୍ଜରୁ ୨, ନୟାଗଡରୁ ୧, ସମ୍ବଲପୁରରୁ ୨, ସୁନ୍ଦରଗଡରୁ ୫ ଓ ଷ୍ଟେଟପୁଲରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭,୨୨୫ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ