ଭୁବନେଶ୍ବର: ରାଜ୍ୟରେ କୋରୋନା ମାମଲା ସହ ମୃତ୍ୟୁରେ ଡାଉନ ଟ୍ରେଣ୍ଡ ଜାରି ହୋଇ ସାରିଛି । ଏହି କ୍ରମରେ 24 ଘଣ୍ଟାରେ 3 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 1832ରେ ପହଞ୍ଚିଛି ।
3 ଜଣ ମୃତକଙ୍କ ମଧ୍ୟରେ ଜଗସିଂହପୁରର 82 ବର୍ଷର ବୃଦ୍ଧ, ପୁରୀର 78 ବର୍ଷର ବୃଦ୍ଧା ଏବଂ ନୂଆପଡାର 75 ବର୍ଷର ବୃଦ୍ଧ ରହିଛନ୍ତି ।
ପ୍ରକାଶ ଥାଉକି, ଗତ 24 ଘଣ୍ଟାରେ ରାଜ୍ୟରେ 356 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 25 ହଜାର 861କୁ ବୃଦ୍ଧି ପାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ