ETV Bharat / city

Odisha Corona Cases, ଦିନକରେ 289 ସଂକ୍ରମିତ

author img

By

Published : Aug 27, 2022, 10:48 AM IST

24 ଘଣ୍ଟାରେ ରାଜ୍ୟରେ ଆଉ 289ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona Cases, ଦିନକରେ 289 ସଂକ୍ରମିତ
Odisha Corona Cases, ଦିନକରେ 289 ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ଦୈନିକ ସଂକ୍ରମଣ । 24 ଘଣ୍ଟାରେ ରାଜ୍ୟରେ ଆଉ 289ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 168 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 121 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 54 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 6, ବରଗଡ 9, ଭଦ୍ରକରୁ 1, ବଲାଙ୍ଗୀରରୁ 11, ବୌଦ୍ଧରୁ 12, କଟକରୁ 25, ଦେଓଗଡରୁ 2, ଗଜପତିରୁ 1, ଜଗତସିଂହପୁରରୁ 3, ଯାଜପୁରରୁ 4,ଝାରସୁଗୁଡାରୁ 2, କଳାହାଣ୍ଡିରୁ 8, କନ୍ଧମାଳରୁ 7, କେନ୍ଦୁଝରରୁ 4, ଖୋର୍ଦ୍ଧାରୁ 60 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ 4, ମୟୂରଭଞ୍ଜରୁ 6, ନବରଙ୍ଗପୁରରୁ 3, ନୟାଗଡରୁ 7, ନୂଆପଡାରୁ 10, ପୁରୀରୁ 9, ସମ୍ବଲପୁରରୁ 11, ସୋନପୁରରୁ 5, ସୁନ୍ଦରଗଡରୁ 66 ଓ ଷ୍ଟେଟପୋଲରୁ 13 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 26 ହଜାର 672ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1672 ସକ୍ରିୟ ମାମଲା ରହିଛି । ନୂଆ 286ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 15 ଲକ୍ଷ 459ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,31,19,065 କୋରୋନା ପରୀକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-India Corona, ଦିନକରେ ୧୦ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ

ଶୁକ୍ରବାର ରାଜ୍ୟରେ 262 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସଂକ୍ରମିତଙ୍କ ମଧ୍ୟରୁ 153 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 109 ଜଣ ସ୍ଥାନୀୟ ସଂକ୍ରମିତ ରହିଥିଲେ । ତେବେ ରାଜ୍ୟରେ ବର୍ତ୍ତମାନ ପାଞ୍ଚ ଶହ ତଳକୁ କୋରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହା ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର । ସେହିପରି ରାଜ୍ୟରେ କୋରୋନା ମୃତ୍ୟୁ(Corona Death) ସଂଖ୍ୟା ମଧ୍ୟ ହ୍ରାସ ପାଇଛି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.