ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ଦୈନିକ ସଂକ୍ରମଣ । ପୁଣି ଦୁଇ ଶହ ତଳକୁ ଖସିଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା। ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 194 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି(Odisha Reports 194 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 115 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 79 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 22 କିଶୋର ଆକ୍ରାନ୍ତ ହୋଇଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବରରୁ 1, ବଲାଙ୍ଗୀରରୁ 11, କଟକରୁ 33, ଦେବଗଡରୁ 3, ଗଞ୍ଜାମରୁ 1, ଯାଜପୁରରୁ 6, ଝାରସୁଗୁଡାରୁ 3, କଳାହାଣ୍ଡିରୁ 16, କନ୍ଧମାଳରୁ 3, କେନ୍ଦ୍ରାପଡାରୁ 1, କେନ୍ଦୁଝରରୁ 1, ଖୋର୍ଦ୍ଧାରୁ 40 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟରୁ 3, ମୟୂରଭଞ୍ଜରୁ 2, ନବରଙ୍ଗପୁରରୁ 11, ନୟାଗଡରୁ 6, ନୂଆପଡାରୁ 11, ପୁରୀରୁ 4, ରାୟଗଡାରୁ 2, ସମ୍ବଲପୁରରୁ 9, ସୋନପୁରରୁ 4, ସୁନ୍ଦରଗଡରୁ 13 ଓ ଷ୍ଟେଟପୋଲରୁ 9 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 30 ହଜାର 434ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1817 ସକ୍ରିୟ ମାମଲା ରହିଛି ।
ଏହା ବି ପଢନ୍ତୁ- Odisha Weather Update: ସକ୍ରିୟ ହେଲା ମୌସୁମୀ, ରାଜ୍ୟରେ ବର୍ଷା ଜାରି
ନୂଆ 133 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 19 ହଜାର 379 ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,33,42,872 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଆଗ ଅପେକ୍ଷା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ହେଲେ ସତର୍କତା ଅବଲମ୍ବନ ନ କଲେ ପୁଣି ବିପଦ ଆସିପାରେ ।