ETV Bharat / city

Odisha Corona: କୋରୋନା କହର, 24 ଘଣ୍ଟାରେ 161 ସଂକ୍ରମିତ - ରାଜ୍ୟ କୋରୋନା ରିପୋର୍ଟ

ରାଜ୍ୟରେ ପୁଣି ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 161 କୋରୋନା ପଜିଟିଭ (COVID-19) ଚିହ୍ନଟ । ଅଧିକ ପଢନ୍ତୁ

କୋରୋନା କହର, 24 ଘଣ୍ଟାରେ 161 ସଂକ୍ରମିତ
କୋରୋନା କହର, 24 ଘଣ୍ଟାରେ 161 ସଂକ୍ରମିତ
author img

By

Published : Jun 29, 2022, 9:46 AM IST

ଭୁବନେଶ୍ବର: ପୁଣି ମାଡିଲାଣି ମହାମାରୀ । ଦୀର୍ଘ ଦିନ ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଯାହା ଚିନ୍ତାର କାରଣ ହୋଇଛି । ମଙ୍ଗଳବାର ଚିହ୍ନଟ 113 ସଂକ୍ରମିତ ଅପେକ୍ଷା ଆଜି (ବୁଧବାର) ମାମଲା ବଢିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 161 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 95 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 66 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 24ଜଣ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 8, ଭଦ୍ରକରୁ 3, କଟକରୁ 32, ଜଗତସିଂହପୁରରୁ 3, ଯାଜପୁରରୁ 2, ଝାରସୁଗୁଡାରୁ 3, କେନ୍ଦୁଝରରୁ 2, ଖୋର୍ଦ୍ଧାରୁ 60, ମୟୂରଭଞ୍ଜରୁ 1 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପରି ନୂଆପଡାରୁ 1, ପୁରୀରୁ 5, ରାୟଗଡାରୁ 5, ସମ୍ବଲପୁରରୁ 1, ସୋନପୁରରୁ 8, ସୁନ୍ଦରଗଡରୁ 13 ଓ ଷ୍ଟେଟପୁଲରୁ 15 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 89 ହଜାର 602ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 629 ସକ୍ରିୟ ମାମଲା ରହିଛି । ନୂଆ 49 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 79 ହଜାର 794 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଦେଶରେ 14 ହଜାର ପାର କରିଛି ପଜିଟିଭ ସଂଖ୍ୟା । ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇଛି । ଘୋଷଯାତ୍ରା ପାଖଉଥିବା ବେଳେ 2 ବର୍ଷ ପରେ ଭକ୍ତ ସାମିଲ ହେବା ନେଇ ନିଷ୍ପତ୍ତି ହୋଇଛି । ଅଚାନକ ଏପରି ସଂକ୍ରମଣ ବଢିବା ଚିନ୍ତାର କାରଣ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.