ETV Bharat / city

Odisha Corona Report: ଦିନକରେ ୧୪୧ ନୂଆ ସଂକ୍ରମିତ, 2 ମୃତ - ଓଡିଶା କୋରୋନା ଅପଡେଟ

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୧ କୋରୋନା ଆକ୍ରାନ୍ତ ଏବଂ ୨ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୫୩,୬୪୫ରେ ପହଞ୍ଚିଛି । ଅଧିକ ପଢନ୍ତୁ

Odisha Corona Report: ଦିନକରେ ୧୪୧ ନୂଆ ସଂକ୍ରମିତ

author img

By

Published : Dec 24, 2021, 10:05 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୧ କୋରୋନା ଆକ୍ରାନ୍ତ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ରହିଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୮୪ ଓ ୫୭ଟି ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ସେହିପରି ଆଜି ରାଜ୍ୟରେ ୨ ଜଣ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଜଣେ ବାଲେଶ୍ବରର ହୋଇଥିବା ବେଳେ ଆଉ ଜମେ ମୃତକ ଗଞ୍ଜାମ ଜିଲ୍ଲାରୁ ହୋଇଥିବା ସୂଚନା ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୨ ବାଲେଶ୍ବରରୁ ୧, ବଲାଙ୍ଗୀରରୁ ୧, କଟକରୁ ୧୨, ଦେବଗଡରୁ ୯, ଢେଙ୍କାନାଳରୁ ୩, ଗଞ୍ଜାମରୁ ୩, ଯାଜପୁରରୁ ୪, ଝାରସୁଗୁଡାରୁ ୨, ଜଗତସିଂହପୁରରୁ ୪, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ ୧, ମୟୂରଭଞ୍ଜରୁ ୩, ନୟାଗଡରୁ ୧, ନୂଆପଡାରୁ ୩, ପୁରୀରୁ ୧, ସମ୍ବଲପୁରରୁ ୪, ସୁନ୍ଦରଗଡରୁ ୮ ଏବଂ ଷ୍ଟେଟପୁଲ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୫୩,୬୪୫ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.