ଭୁବନେଶ୍ବର: ରାଜ୍ୟରେ ପୁଣି ୧୦୦ ପାର କଲା କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୦୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୨ କିଶୋର କିଶୋରୀ ରହିଥିବା ବେଳେ ୬୪ କ୍ବାରେଣ୍ଟାଇନ ସେଣ୍ଟର ଓ ୪୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫ଟି ମାମଲା ରହିଥିବା ବେଳେ ବାଲେଶ୍ବରରୁ ୬, ବରଗଡରୁ ୨, ବଲାଙ୍ଗୀରରୁ ୪, ବୌଦ୍ଧରୁ ୨, କଟକରୁ ୧, ଦେବଗଡରୁ ୧, ଢେଙ୍କାନାଳରୁ ୧, ଗଜପତିରୁ ୬, ଗଞ୍ଜାମରୁ ୩୨, ଜଗତସିଂହପୁରରୁ ୩, ଯାଜପୁରରୁ ୫, ଝାରସୁଗୁଡାରୁ ୧, କନ୍ଧମାଳରୁ ୨, କେନ୍ଦ୍ରାପଡାରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟରୁ ୪, ମୟୂରଭଞ୍ଜରୁ ୬, ସମ୍ବଲପୁରରୁ ୪, ସୁନ୍ଦରଗଡରୁ ୧୭ ଓ ଷ୍ଟେଟପୁଲରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୬,୯୫୭ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ