ETV Bharat / city

ରାଜ୍ୟରେ ଆଉ ଜଣେ କୋରୋନା ପଜିଟିଭ, ସୁସ୍ଥ ହୋଇ ଫେରିଲେ 3 - corona positive in odisha

ରାଜ୍ୟରେ ପୁଣି ଜଣେ କୋରୋନା ଆକ୍ରାନ୍ତ ଚହ୍ନଟ ସହ ଆଉ 3 ସୁସ୍ଥ

author img

By

Published : Apr 18, 2020, 5:32 PM IST

Updated : Apr 18, 2020, 6:23 PM IST

17:22 April 18

ରାଜ୍ୟରେ ପୁଣି ଜଣେ କୋରୋନା ଆକ୍ରାନ୍ତ ଚହ୍ନଟ ସହ ଆଉ 3 ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ବାଲେଶ୍ବରର ହୋଇଥିବା ବେଳେ ତାଙ୍କୁ 58 ବର୍ଷ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋରୋନା ପଜିଟିଭ ମାମଲା 61ରେ ପହଞ୍ଚିଛି । ତେବେ 61 ନମ୍ବର କୋରୋନା ସଂକ୍ରମିତ ବ୍ୟକ୍ତି କେଉଁଠୁ ଆସିଥିଲେ ଓ କାହାସହ ମିଶିଥିଲେ, ଏନେଇ ସ୍ବାସ୍ଥ୍ୟବିଭାଗର ତନାଘନା ଜାରି ରହିଛି ।

ଅନ୍ୟପକ୍ଷେ ରାଜଧାନୀବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର ।  ଶନିବାର ଭୁବନେଶ୍ବରରେ 3 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ମୋଟ ୨୪ ଜଣ ବ୍ୟକ୍ତି ସୁସ୍ଥ ହୋଇସାରିଲେଣି ।  ସେହିପରି ବର୍ତ୍ତମାନ ସୁଧା 35 ଜଣ ସକ୍ରିୟ କୋରୋନା ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବେ ଯାଏଁ ରାଜ୍ୟରେ କୋରୋନା ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ସୁଦ୍ଧା ପାଖ ପାଖି 8619 ଜଣଙ୍କର ନମୁନା ପରୀକ୍ଷା ହୋଇଛି ହୋଇଥିବା ବେଳେ ସେଥିମଧ୍ୟରୁ 8559 ଜଣଙ୍କର ନମୁନା ନେଗେଟିଭ ଆସିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 18, 2020, 6:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.