ETV Bharat / city

ରାଜ୍ୟରେ ବ୍ଲାକ ଫଙ୍ଗସ-ଡେଲ୍ଟା ପ୍ଲସ ମାମଲା କମ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jul 2, 2021, 5:00 PM IST

ରାଜ୍ୟରେ ବ୍ଲାକ ପଙ୍ଗସ ଓ ଡେଲ୍ଟା ପ୍ଲସ ସଂକ୍ରମଣର ସଂଖ୍ୟା କମ ରହିଛି । ଜୁଲାଇ ମଧ୍ୟଭାଗରେ ସଂକ୍ରମଣ କମିପାରେ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ...

ରାଜ୍ୟରେ ବ୍ଲାକ ଫଙ୍ଗସ-ଡେଲ୍ଟା ପ୍ଲସ ମାମଲା କମ

ଭୁବନେଶ୍ବର: ରାଜ୍ୟରେ ବ୍ଲାକ ପଙ୍ଗସ ଓ ଡେଲ୍ଟା ପ୍ଲସ ସଂକ୍ରମଣ ସଂଖ୍ୟା କମ ରହିଛି । ମେ ମାସରୁ ଆଜି ଯାଏଁ ଜେନମ ସିକ୍ୟୁଏନସିଂରେ ଡେଲ୍ଟା ପ୍ଲସ ବାହାରି ନାହିଁ । ରାଜ୍ୟରେ ଗୁରୁତର ରୋଗୀଙ୍କ ସଂଖ୍ୟା ବହୁତ କମ । ତେବେ ଜୁଲାଇ ଦ୍ବିତୀୟ ସପ୍ତାହ ବେଳକୁ ରାଜ୍ୟରେ ସଂକ୍ରମଣ କମିପାରେ । ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଜୁଲାଇ ମଧ୍ୟଭାଗରେ ସଂକ୍ରମଣ ହ୍ରାସ ପାଇବ । 10ଟି ଜିଲ୍ଲାରେ ସଂକ୍ରମଣ କମିବାକୁ ଟିକେ ସମୟ ଲାଗିବ । ବ୍ଲାକ ଫଙ୍ଗସ ଲୋକଙ୍କୁ ନେଗେଟିଭ ଭାବେ ପ୍ରଭାବିତ କରିନାହିଁ ଏବଂ ଏନେଇ ସମ୍ଭାବନା ମଧ୍ୟ କମ । ଫଙ୍ଗସ ସବୁବେଳେ ଅଛି ଆଗକୁ ମଧ୍ୟ ରହିବ । ଏହାକୁ କୋଭିଡ ସହ ଯୋଡିବା ଠିକ ନୁହେଁ ଏବଂ ଇମ୍ୟୁନିଟି କମ ରହିଲେ କେହି ବି ଯେକୌଣସି ଫଙ୍ଗସରେ ଆକ୍ରାନ୍ତ ହେବେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ମେ ମାସରୁ ଆଜି ଯାଏଁ ଜେନମ୍ ସିକ୍ୟୁଏନସିଂରେ ଡେଲ୍ଟା ପ୍ଲସ ମାମଲା ବାହାରି ନାହିଁ । ଯେହେତୁ ସବୁ ସାମ୍ପୁଲରୁ ଜେନମ୍ ସିକ୍ୟୁଏନସିଂ କରିବା କଷ୍ଟ, ଏଥିପାଇଁ ପ୍ରତି ଅଞ୍ଚଳରୁ 5 ପ୍ରତିଶତ ସାମ୍ପୁଲ ନେଇ ଜେନମ୍ ସିକ୍ୟୁଏନସିଂ କରାଯାଉଛି । ଯେତେବେଳେ ଯାଏଁ କୌଣସି ଅଞ୍ଚଳରେ ଏହି ମାମଲା ଦେଖାଯାଇ ନାହିଁ, ଆମେ ଆତଙ୍କିତ ହେବା ନାହିଁ । B କାଟାଗୋରୀ ଜିଲ୍ଲା ପରିବେଶ ଜନିତ ସଂକ୍ରମଣ ଥିଲେ ଏହା ବ୍ୟାପିବ । ଯେଉଁ ସ୍ଥାନରେ ଲୋକେ କଟକଣା ମାନୁ ନାହାନ୍ତି, ସେହି ସବୁ ଅଞ୍ଚଳକୁ ପ୍ରଶାସନ ଗମ୍ଭୀରତାର ସହ ନେଉଛି । ରାଜ୍ୟକୁ ଟିକା ପର୍ଯ୍ୟାପ୍ତ ପରିମାଣର ଆସୁନଥିବା ଯୋଗୁଁ ଟୀକାକରଣରେ ବାଧା ଉପୁଜୁଛି । ତେବେ ବର୍ତ୍ତମାନ ରାଜ୍ୟରେ ନୂଆ ଗୁରୁତର ରୋଗୀଙ୍କ ସଂଖ୍ୟା କମ୍ ରହିଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.