ଭୁବନେଶ୍ବର: ଓଡିଶାରେ କାୟା ମେଲାଉଛି ଓମିକ୍ରନ । ରାଜ୍ୟରେ ଆଉ ଦୁଇ ଓମିକ୍ରନ ସଂକ୍ରମିତ ଚିହ୍ନଟ । ଆଜି ପୁଣି ଓଡିଶାରୁ ଦୁଇ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଉଭୟ ଆକ୍ରାନ୍ତ ନାଇଜେରିଆରୁ ଫେରିଥିବା ଜଣାପଡିଛି । ଏନେଇ ସୂଚନା ମିଳିଛି । ଏହି ନୂଆ ମାମଲା ସହ ରାଜ୍ୟର ମୋଟ ଓମିକ୍ରନ ମାମଲା ୪କୁ ବୃଦ୍ଧି ପାଇଛି । ନୂଆ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରେ ଜଣେ ୧୫ ବର୍ଷୀୟ ଥିବାବେଳେ ଅନ୍ୟ ଜଣେ ୨୧ ବର୍ଷ ବୟସର ହୋଇଥିବା ଜଣାପଡିଛି ।
ଉଭୟ ସଂକ୍ରମିତ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଏବେ ଚିକିତ୍ସାଧୀନ ଅଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ