ETV Bharat / city

ରାଜ୍ୟରେ କମୁନି ସଂକ୍ରମଣ; ଦିନକରେ 10321 ପଜିଟିଭ, ଖୋର୍ଦ୍ଧାରେ ସର୍ବାଧିକ - କୋରୋନା

ଆଜି ରାଜ୍ୟରେ 10321 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1566 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ଦିନକରେ 10321 ପଜିଟିଭ
ରାଜ୍ୟରେ ଦିନକରେ 10321 ପଜିଟିଭ
author img

By

Published : May 18, 2021, 8:52 AM IST

ଭୁବନେଶ୍ବର: ରାଜ୍ୟରେ କମିବାର ନାଁ ନେଉ ନାହିଁ କୋରୋନା ସଂକ୍ରମଣ । ମେ’ ମାସରେ ସଂକ୍ରମଣ ବଢିବା ନେଇ କରାଯାଉଥିବା ଅନୁମାନ ସତ ହୋଇଛି । ଲଗାତାର କିଛି ଦିନ ହେବ ରାଜ୍ୟରେ ଦୈନିକ 10ରୁ 11ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି ରାଜ୍ୟରେ 10321 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1566 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ 5779ଜଣ ଓ ସଙ୍ଗରୋଧରୁ 4542ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାମାନଙ୍କରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 471, ବାଲେଶ୍ବରରୁ 269, ବଲାଙ୍ଗୀରରୁ 291, ବରଗଡରୁ 320,ଭଦ୍ରକରୁ 350, ବୌଦ୍ଧରୁ 250, କଟକରୁ 731, ଦେଓଗଡରୁ 114, ଢେଙ୍କାନାଳରୁ 77, ଗଜପତିରୁ 56, ଗଞ୍ଜାମରୁ 203, ଜଗତସିଂହପୁରରୁ 159, ଯାଜପୁରରୁ 330, ଝାରସୁଗୁଡାରୁ 312ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି,କଳାହାଣ୍ଡିରୁ 599, କନ୍ଧମାଳରୁ 54, କେନ୍ଦ୍ରପଡାରୁ 162, କେନ୍ଦୁଝରରୁ 204, କୋରାପୁଟରୁ 338, ମାଲକାନଗିରିରୁ 77,ମୟୂରଭଞ୍ଜରୁ 458,ନବରଙ୍ଗପୁରରୁ 334,ନୟାଗଡରୁ 237, ନୂଆପଡାରୁ 145,ପୁରୀରୁ 472 ରାୟଗଡାରୁ 163,ସମ୍ବଲପୁରରୁ 405,ସୋନପୁରରୁ 73, ସୁନ୍ଦରଗଡରୁ 819 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 246ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ 104539ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ ସମୁଦାୟ 633302ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । କୋରୋନା ଚେନକୁ ଭାଙ୍ଗିବା ପାଇଁ ଲାଗୁ ହୋଇଥିବା 14 ଦିନିଆ ଲକଡାଉନରେ ଆସନ୍ତାକାଲି ହେଉଛି ଅନ୍ତିମ ଦିନ । ରାଜ୍ୟରେ ପୁଣି ଲକଡାଉନ ଲାଗୁ ହେବା ନେଇ ଆଜି ପୁଣି ନିଷ୍ପତ୍ତି ନିଆ ଯାଇପାରେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.