ETV Bharat / city

ମନ୍ତ୍ରୀଙ୍କ ଉତ୍ତର ଖୋଲିଦେଲା ରାଜ୍ୟ ପ୍ରାଥମିକ ଶିକ୍ଷାର ବିକଳ ସ୍ଥିତି - ରାୟଗଡାରେ ସର୍ବାଧିକ 11.67 ପ୍ରତିଶତ

ବିଧାନସଭାରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସାଂଘାତିକ ତଥ୍ଯ । ଶହଶହ ସ୍କୁଲରେ ନାହିଁ ସର୍ବନିମ୍ନ ଭିତ୍ତିଭୂମି । ରାଜ୍ୟର 2, 451ଟି ସ୍କୁଲରେ ପାଠାଗାର ନାହିଁ । 90 ସ୍କୁଲରେ କଳାପଟା ନାହିଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଗଣଶିକ୍ଷା ମନ୍ତ୍ରୀ
ଗଣଶିକ୍ଷା ମନ୍ତ୍ରୀ
author img

By

Published : Feb 26, 2020, 4:42 PM IST

ଭୁବନେଶ୍ବର: ରାଜ୍ୟରେ ପ୍ରାଥମିକ ଶିକ୍ଷାର ସ୍ଥିତି ଅତି ସଙ୍ଗୀନ । ବୁଧବାର ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ ଦେଇଥିବା ଉତ୍ତରରୁ ଏହା ସ୍ପଷ୍ଟ । ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଛାତ୍ରଛାତ୍ରୀଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବା ସହ ପାଠ ପଢାରେ ବାନ୍ଧି ରଖିବା ପାଇଁ ପୁଷ୍ଟିକର ମଧ୍ଯାହ୍ନ ଭୋଜନ ସହ ମାଗଣା ପାଠ୍ୟ ପୁସ୍ତକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଉଛି । ଏହା ସତ୍ତ୍ବେ ଛାତ୍ରଛାତ୍ରୀ ଅଧାରୁ ପାଠ ପଢା ଛାଡୁଛନ୍ତି । ରାଜ୍ୟରେ ରାୟଗଡା ଜିଲ୍ଲାରେ ସର୍ବାଧିକ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ୁଥିବା ମନ୍ତ୍ରୀ ବିଧାନସଭାରେ ସ୍ବୀକାର କରିଛନ୍ତି ।

PHOTO
ମନ୍ତ୍ରୀଙ୍କ ଉତ୍ତର ଖୋଲିଦେଲା ରାଜ୍ୟ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର

ମନ୍ତ୍ରୀ ତାଳିକା ଦେଇ କହିଛନ୍ତି, ପ୍ରାଥମିକ ଶିକ୍ଷାସ୍ତରରେ ରାୟଗଡାରେ ସର୍ବାଧିକ 11.67 ପ୍ରତିଶତ ଛାତ୍ରଛାତ୍ରୀ ପ୍ରାଥମିକ ସ୍ତରରେ ପାଠପଢା ଛାଡୁଥିବା ବେଳେ 17.10 ପ୍ରତିଶତ ଉଚ୍ଚ ପ୍ରାଥମିକ ସ୍ତରରେ ଜିଲ୍ଲାରେ ପାଠ ପଢା ଛାଡୁଛନ୍ତି । ସେହିପରି କଳାହାଣ୍ଡି ଜିଲ୍ଲାରେ ପ୍ରାଥମିକ ସ୍ତରରେ ଏହା 8.46 ପ୍ରତିଶତ ରହିଥିବା ବେଳେ ଉଚ୍ଚ ପ୍ରାଥମିକ ସ୍ତରରେ ପାଠପଢା ଛାଡିବା ରହିଛି 11.36 ପ୍ରତିଶତ ।

ମନ୍ତ୍ରୀ ଆହୁରି ଚିନ୍ତା ଜନକ ତଥ୍ୟ ଦେଇ କହିଛନ୍ତି, ରାଜ୍ୟର 2, 451ଟି ସ୍କୁଲରେ ପାଠାଗାର ନାହିଁ, 90 ସ୍କୁଲରେ କଳାପଟା ନାହିଁ । 2 ହଜାର 585 ଟି ହାଇସ୍କୁଲରେ ଖାଲି ପଡିଛି ପ୍ରଧାନ ଶିକ୍ଷକ ପଦବୀ । ଏହା ବ୍ୟତୀତ ରାଜ୍ୟର 35 ହଜାର 679 ସ୍କୁଲରେ ବିଜୁଳି ସଂଯୋଗ ବର୍ତ୍ତମାନ ଯାଏଁ ହୋଇନାହିଁ । ସେହିଭଳି 34 ହଜାର 394 ବିଦ୍ୟାଳୟରେ ପାଣି ଓ ଶୌଚାଳୟ ମଧ୍ୟ ନାହିଁ । ଆଉ ଏକ ସାଂଘାତିକ ତଥ୍ୟ ହେଲା ରାଜ୍ୟର 37 ହଜାର 645 ସ୍କୁଲରେ ନିଜସ୍ବ ଖେଳ ପଡିଆ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବିଧାନସଭାରେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.