ETV Bharat / city

ସର୍ବଭାରତୀୟ ଟୀକାକରଣ ରେସରେ ଓଡିଶା ତୃତୀୟ

ଟୀକାକରଣ ରେସରେ ଆଗରେ ଓଡିଶା । ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଅଧିକ ଟିକା ଦାନ କରାଯାଉଛି । ଗତକାଲି ଟିକା ନେବା ପରେ ଓଡିଶା ଏବେ ତୃତୀୟ ସ୍ଥାନରେ ପହଞ୍ଚିଛି । ଅଧିକ ପଢନ୍ତୁ...

ସର୍ବଭାରତୀୟ ଟୀକାକରଣ ରେସରେ ଓଡିଶା ତୃତୀୟ
ସର୍ବଭାରତୀୟ ଟୀକାକରଣ ରେସରେ ଓଡିଶା ତୃତୀୟ
author img

By

Published : Jan 23, 2021, 12:10 PM IST

Updated : Jan 23, 2021, 12:22 PM IST

ଭୁବନେଶ୍ବର: ସର୍ବଭାରତୀୟ ଟୀକାକରଣରେ ତୃତୀୟ ସ୍ଥାନରେ ଓଡିଶା । ଗତକାଲି 13 ହଜାର 195 ଜଣକୁ ଟିକା ଦେବାକୁ ଟାର୍ଗେଟ ରହିଥିବାବେଳେ 16 ହଜାର 384 ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 1,30007 ଜଣଙ୍କୁ କୋରୋନା ଟିକା ଦିଆସାରିଛି । ପ୍ରଥମ ପର୍ଯ୍ୟାୟରେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ସେନେଇ ପ୍ରୟାସ ଜାରି ରହିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ସର୍ବଭାରତୀୟ ଟୀକାକରଣ ରେସରେ ଓଡିଶା ତୃତୀୟ

ସେପଟେ ଆଜି ଦ୍ବିତୀୟ ପର୍ଯ୍ୟାୟରେ କୋଭାକ୍ସିନ ଟିକା 1 ଲକ୍ଷ 49 ହଜାର 760ଡୋଜ ଆସି ପହଞ୍ଚିଛି । ଟାକିକୁ ଟିକା ଭ୍ୟାକସିନ ଷ୍ଟୋରରୁ ଆସି ଆଞ୍ଚଳିକ ଭ୍ୟାକସିନ ଷ୍ଟୋରକୁ ଯିବ । ସେଠାରୁ ସମସ୍ତ ଜିଲ୍ଲାକୁ ଟିକା ପଠାଯିବ । ଆଜି ବି ମଧ୍ୟ ରାଜ୍ୟରେ ଜାରି ରହିଛି ଟିକାକରଣ । 221 ସେସନ ସାଇଟରେ 20330 ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ତେବେ ପ୍ରଥମେ ଯେଉଁ ଟିକା ନେଇଥିବେ ତାର ଠିକ 28 ଦିନ ପରେ ତାର ଦ୍ବିତୀୟ ଡୋଜ ଦିଆଯିବ । ଗତକାଲି ଟିକା ନେବା ପରେ ଜଣଙ୍କ ଠାରେ ଦେଖିବାକୁ ମିଳିଥିବା ପାର୍ଶ୍ବପ୍ରତିକ୍ରିୟା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jan 23, 2021, 12:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.