ETV Bharat / city

ଶୂନ୍ୟକାଳରେ ଉଠିଲା ଓପିଜିସି କର୍ମଚାରୀଙ୍କ ଆନ୍ଦୋଳନ ପ୍ରସଙ୍ଗ - ଓପିଜିସି

ଓଡିଶା ପାୱାର ଜେନେରେସନକୁ ନେଇ ବିଧାନସଭାର ଶୂନ୍ୟକାଳରେ ଶାସକ ବିରୋଧୀଙ୍କ ଉଦବେଗ । ପଢନ୍ତୁ ସଂପୂର୍ଣ୍ଣ ଖବର...

ଓପିଜିସି କର୍ମଚାରୀଙ୍କ ଆନ୍ଦୋଳନ ପ୍ରସଙ୍ଗ
ଓପିଜିସି କର୍ମଚାରୀଙ୍କ ଆନ୍ଦୋଳନ ପ୍ରସଙ୍ଗ
author img

By

Published : Feb 26, 2020, 2:22 PM IST

ଭୁବନେଶ୍ବର: ‘ଓଡିଶା ପାୱାର ଜେନେରେସନ’ କମ୍ପାନୀ କର୍ମଚାରୀ କଳାବ୍ୟାଚ ପିନ୍ଧି ପ୍ରତିବାଦରେ ବସିଛନ୍ତି । ସଂସ୍ଥାରେ 51 ପ୍ରତିଶତ ଓ AES କମ୍ପାନୀର 49 ପ୍ରତିଶତ ଅଂଶଧନ ରହିଛି । ଏବେ ଏହି କମ୍ପାନୀ ଓଡିଶା ଛାଡିବାକୁ ବସିଛି । ତାର ସେୟାର ଅନ୍ୟ କମ୍ପାନୀକୁ ବିକ୍ରି କରିବା ପାଇଁ ପ୍ରସ୍ତୁତି ଚାଲିଛି । ଏବେ ତୃତୀୟ ଓ ଚତୁର୍ଥ ୟୁନିଟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ପ୍ରଥମ ଓ ଦ୍ଵିତୀୟ ୟୁନିଟରୁ ଉତ୍ପାଦନ ବାରମ୍ବାର ବାଧାପ୍ରାପ୍ତ ହେଉଛି। ଏହି କମ୍ପାନୀର କର୍ମଚାରୀଙ୍କୁ ଅଧିକ ଦରମା ଦିଆଯାଉଥିବାବେଳେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ କମ ଦରମା ଦିଆଯାଉଛି । ଯାହାକି ଦକ୍ଷିଣ ଆଫ୍ରିକାର ବର୍ଣ୍ଣ ବୈଷମ୍ୟ ଠାରୁ କୌଣସି ଗୁଣରେ କମ ନୁହେଁ ବୋଲି କହିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।

ଶୁନ୍ୟକାଳ ଉଠିଲା ଓପିଜିସି କର୍ମଚାରୀଙ୍କ ଆନ୍ଦୋଳନ ପ୍ରସଙ୍ଗ

ସେହିଭଳି ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ଥିବାବେଳେ କର୍ମଚାରୀଙ୍କ ପ୍ରତିବାଦ ଯୋଗୁଁ ଉତ୍ପାଦନ ବାଧାପ୍ରାପ୍ତ ହେବାକୁ ଯାଉଥିବା କହିଛନ୍ତି । କେବଳ ଶାସକ ଦଳର ସଭ୍ଯ ନୁହଁନ୍ତି ବିରୋଧୀ ଦଳର ନେତା ବି ଏହି ପ୍ରସଙ୍ଗ ଶୂନ୍ୟକାଳରେ ଉଠାଇ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.