ETV Bharat / city

ରାଞ୍ଚିରେ ଓଡ଼ିଶା ପୋଲିସର ଅପରେସନ; ଚୋରି ସୁନା ଜବତ, ଲୁଟେରା ଗିରଫ - ଚୋରି ସୁନା ଜବତ

ରାଞ୍ଚିରୁ ଜବତ ହେଲା ଝାରସୁଗୁଡ଼ାର ଚୋରି ସୁନା । ରାଜ୍ୟ ବାହାରେ ଅପରେସନକୁ ସଫଳ କରିଛି ଓଡ଼ିଶା ପୋଲିସ । ଏଥିସହିତ ଲୁଟେରା ଅମର ବର୍ମାକୁ ଗିରଫ କରିଛି ପୋଲିସ ।

ଫାଇଲ୍ ଫଟୋ
author img

By

Published : Nov 22, 2019, 11:16 AM IST

ରାଞ୍ଚି: ରାଜ୍ୟ ବାହାରେ ସଫଳ ହୋଇଛି ଓଡ଼ିଶା ପୋଲିସର ଅପରେସନ । ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ପଣ୍ଡରା ଥାନା ଅଞ୍ଚଳରୁ ସୁନା ମୂର୍ତ୍ତୀ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି ଟିମ୍ । ଲୁଟେରା ଠାରୁ ରାଜ୍ୟ ପୋଲିସ ଚୋରି ହୋଇଥିବା ସୁନାର ମୂର୍ତ୍ତୀ ସହ ଏକ ବ୍ୟାଗରେ ଭର୍ତ୍ତି ଥିବା ଅଢେଇ କେଜି ସୁନା ମଧ୍ୟ ଜବତ କରିଛି ।

ଓଡ଼ିଶା ପୋଲିସ ଏହି ଅପରେସନକୁ ସମ୍ପୂର୍ଣ୍ଣ ରୂପେ ଗୁପ୍ତରେ ରଖିଥିଲା । ଯେପରକି ମାମଲାରେ ଜଡିତ ଅଭିଯୁକ୍ତ ସୁରାକ ପାଇ ଖସି ନଯାଏ । ସୂଚନା ଅନୁଯାୟୀ ରାଜ୍ୟ ପୋଲିସ ଲୁଟେରାକୁ ଗିରଫ କରିବାକୁ ଅତି ସତର୍କତାର ସହିତ ଅନେକ ପଦକ୍ଷେପ ଗ୍ରହଣ କରିଥିଲା । ଅଭିଯୁକ୍ତର ମୋବାଇଲ ସର୍ଭିଲାନ୍ସକୁ ଯାଞ୍ଚ କରିବା ପରେ ପଣ୍ଡରା ଅଞ୍ଚଳରେ ପହଞ୍ଚିଥିଲା ଓଡ଼ିଶା ପୋଲିସର ଏକ ଟିମ୍ । ପରେ ମଙ୍ଗଳବାର ବିଳମ୍ବିତ ରାତିରେ ପଣ୍ଡରା ପୋଲିସର ସହଯୋଗରେ ବିକାସନଗରରେ ଥିବା ଅଭିଯୁକ୍ତ ଅମର ବର୍ମା ବାସଗୃହକୁ ଘେରାବନ୍ଦୀ କରିଥିଲେ । ଫଳରେ ସେହି ସମୟରେ ଅନ୍ୟ ଅଭିଯୁକ୍ତ ଖସିଯିବାରେ ସଫଳ ହୋଇଥିଲା ।

ସୂଚନା ଅନୁଯାୟୀ କିଛିଦିନ ତଳେ ଝାରସୁଗୁଡ଼ାର ଏକ ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ପୂର୍ବରୁ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଗୁରୁବାର ଅଭିଯୁକ୍ତ ଅମର ବର୍ମାକୁ ରାଞ୍ଚିରୁ ଗିରଫ କରିବାରେ ସଫଳ ହୋଇଛି ରାଜ୍ୟ ପୋଲିସ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.