ETV Bharat / city

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ

ଆଜି ପ୍ରକାଶ ପାଇବ ଯୁକ୍ତ 2 କଳା ଓ ଧନ୍ଦାମୂଳକ ରେଜଲ୍ଟ । ଅପରାହ୍ନ 4ଟାରୁ www.orissaresults.nic.in ୱେବସାଇଟରେ ଛାତ୍ରଛାତ୍ରୀମାନେ ଦେଖିପାରିବେ ସେମାନଙ୍କ ପରୀକ୍ଷା ଫଳ । ଅଧିକ ପଢନ୍ତୁ...

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ
ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ
author img

By

Published : Sep 5, 2020, 7:06 AM IST

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତ2 କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ 4ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳକୁ ଉନ୍ମୋଚନ କରିବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପରେ ୱେବସାଇଟରେ ହେବ ଉପଲବ୍ଧ ।

ଛାତ୍ରଛାତ୍ରୀ ମାନେ ସେମାନଙ୍କ ରେଜଲ୍ଟ www.orissaresults.nic.in ୱେବସାଇଟରେ ଦେଖିପାରିବେ । ରୋଲ ନମ୍ବର ଓ ଆବଶ୍ୟକ ତଥ୍ୟ ଦେଇ ପରୀକ୍ଷାର୍ଥୀ ସେମାନଙ୍କ ଫଳ ଜାଣିପାରିବେ । ତେବେ ଆଜି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସେପ୍ଟେମ୍ବର 3 ତାରିଖରେ ଘୋଷଣା କରିଥିଲେ ।

ଚଳିତ ବର୍ଷ କଳାରେ 2ଲକ୍ଷ 20 ହଜାର 437ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିପରି ଧନ୍ଦାମୂଳକ ଶିକ୍ଷାରେ 7 ହଜାର 32ଜଣ ପରୀକ୍ଷା ଦେଇଛନ୍ତି ।

ସୂଚନାଥାଉକି, କୋରୋନା ଲକଡାଉନ ପାଇଁ ଚଳିତ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି । ତେବେ ପୂର୍ବରୁ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶିତ ହୋଇଥିବାବେଳେ ଆଜି କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.