ETV Bharat / city

ଚିନ୍ତା ବଢାଇଲା ଡେଙ୍ଗୁ, ଆକ୍ରାନ୍ତଙ୍କ ତାଲିକାରେ ଦେଶରେ ପଞ୍ଚମ ଓଡ଼ିଶା - ଡେଙ୍ଗୁ ଆକ୍ରାନ୍ତଙ୍କ ତାଲିକାରେ ଓଡ଼ିଶା

ରାଜ୍ୟର ମାତ୍ର 2ଟି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଅଧିକ ପଢନ୍ତୁ...

Odisha placed 5th in dengue cases in this year's NVBDCP report
ଚିନ୍ତା ବଢାଇଲା ଡେଙ୍ଗୁ, ଆକ୍ରାନ୍ତଙ୍କ ତାଲିକାରେ ଦେଶରେ ପଞ୍ଚମ ଓଡ଼ିଶା
author img

By

Published : Nov 9, 2021, 7:27 PM IST

ଭୁବନେଶ୍ବର: ଡେଙ୍ଗୁ ଆକ୍ରାନ୍ତଙ୍କ ତାଲିକାରେ ଓଡ଼ିଶା ପଞ୍ଚମ। ଚଳିତବର୍ଷ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ରାଜ୍ୟର ମାତ୍ର 2ଟି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଏଥିରେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଚଳିତବର୍ଷ ଡେଙ୍ଗୁରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନାହିଁ। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଓଡ଼ିଶା ଆକ୍ରାନ୍ତଙ୍କ ତାଲିକାରେ ଦେଶରେ ପଞ୍ଚମ ସ୍ଥାନରେ ରହିଛି। ଯାହା NVBDCP ପକ୍ଷରୁ ସୂଚନା ଦିଆଯାଇଛି।

Odisha placed 5th in dengue cases in this year's NVBDCP report
ଦେଶର ଡେଙ୍ଗୁ ଆକ୍ରାନ୍ତଙ୍କ ତାଲିକା

ଏଥିରେ ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି। ମିଳିଥିବା ସୂଚନା ଅନୁଯାୟୀ ଗତମାସ 25 ତାରିଖ ସୁଦ୍ଧା ରାଜ୍ୟରେ 6,203 ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 3,452 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଭୁବନେଶ୍ବରରୁ ଅଧିକାଂଶ ରୋଗୀ ଚିହ୍ନଟ ହୋଇଛନ୍ତି।

ସୁନ୍ଦରଗଡ଼ 535, ପୁରୀ 315, କଟକରେ 279, ଜଗତସିଂହପୁରରେ 225, ରାୟଗଡା 217, ମାଲକାନଗିରିରେ 210, ନୟାଗଡ 168, ଗଞ୍ଜାମ 166, ଯାଜପୁର 128, ଗଜପତିରେ 114 ରୋଗୀ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡା ଓ ସୋନପୁରରେ କେହି ହେଲେବି ରୋଗୀ ଚିହ୍ନଟ ହୋଇନାହାନ୍ତି।

2014 ମସିହାରେ ରାଜ୍ୟରେ ଡେଙ୍ଗୁ ସ୍ଥିତି 6433 ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। 2015ରେ 2,450, 2016ରେ 8,380, 2017ରେ 4158, 2018ରେ 5198, 2019ରେ 3758, 2020ରେ 496 ଜଣ ଚିହ୍ନଟ ହୋଇଥିଲେ ।

NVBDCPର ୱେବସାଇଟ୍‌ରେ ଚଳିତବର୍ଷ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଦେଶବ୍ୟାପୀ ବିଭିନ୍ନ ରାଜ୍ୟର ତଥ୍ୟ ଅପଲୋଡ଼ କରାଯାଇଛି। ଏହି ତାଲିକାରେ ରାଜ୍ୟରେ 4,505 ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଓଡ଼ିଶା ଆଗରେ ରହିଛନ୍ତି ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ ଓ ତେଲେଙ୍ଗାନା।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.