ETV Bharat / city

ଆସନ୍ତା 16ରେ କୋଟିଆ ଓ ଦେଓମାଳୀ ଚାଲ ଅଭିଯାନ

ଆନ୍ଧ୍ରର ଯୋଜନାକୁ ପଣ୍ଡ କରିବାକୁ ବାହାରିବେ ଓଡିଶାର ବିଭିନ୍ନ ସଂଗଠନ ଓ ଶହ ଶହ ଓଡିଆ । ଆନ୍ଧ୍ରର କୁରକୁଟି ପାଓ୍ବାର ପ୍ରୋଜେକ୍ଟକୁ ବିଫଳ କରିବାକୁ ଆସନ୍ତା 16ରେ କୋଟିଆ ଓ ଦେଓମାଳି ଚାଲ ଅଭିଯାନ ଆରମ୍ଭ ହେବ । ଅଧିକ ପଢନ୍ତୁ

16ରେ କୋଟିଆ ଓ ଦେଓମାଳି ଚାଲ ଅଭିଯାନ
16ରେ କୋଟିଆ ଓ ଦେଓମାଳି ଚାଲ ଅଭିଯାନ
author img

By

Published : Oct 9, 2022, 6:19 PM IST

Updated : Oct 9, 2022, 9:31 PM IST

ଭୁବନେଶ୍ବର: ଆସନ୍ତା 16 ତାରିଖରେ କୋଟିଆ ଓ ଦେଓମାଳି ଚାଲ ଅଭିଯାନ ଆରମ୍ଭ ହେବ । ଏଥିରେ ଓଡିଶାର ବିଭିନ୍ନ ସଂଗଠନ ଓ ଶହ ଶହ ଓଡିଆ ସାମିଲ ହେବେ । ଆନ୍ଧ୍ରର ଷଡଯନ୍ତ୍ର ଆଗରେ ମୁଣ୍ଡ ନୁଆଁଇବ ନାହିଁ ଓଡିଆ । କୋଟିଆରେ ଆନ୍ଧ୍ରର ପ୍ରକଳ୍ପକୁ ବିରୋଧ କରି ଆସନ୍ତା 16 ତାରିଖରେ ବିଭିନ୍ନ ସଂଗଠନ ପକ୍ଷରୁ କୋଟିଆ ଓ ଦେଓମାଳି ଚାଲ ଅଭିଯାନ ହେବ । ସମସ୍ତ ସଂଗଠନର ସଦସ୍ୟ ଏକାଠି ହୋଇ କୋରାପୁଟରୁ କୋଟିଆ ଅଭିମୁଖେ ବାହାରିବେ । ଦେଓମାଳି ଏବଂ କୋଟିଆ ଗସ୍ତ କରିବା ପରେ କୋଟିଆରେ ଏକ ସମାବେଶର ଆୟୋଜନ କରାଯିବ ।

ଆସନ୍ତା 16ରେ କୋଟିଆ ଓ ଦେଓମାଳୀ ଚାଲ ଅଭିଯାନ

ସମାବେଶରେ କୋଟିଆ ଗାଁର ଲୋକମାନଙ୍କ ସହିତ ବିସ୍ତୃତ ଆଲୋଚନା କରାଯିବ । ଏହାପରେ ନେରେଡି ବାଲସା ହେଇ ପଟାଙ୍ଗି ଦେଇ ଫେରିବେ । ତେବେ ପଟାଙ୍ଗିରେ ବିଭିନ୍ନ ଦାବି ସମ୍ବଳିତ ପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓ ଓ ତହସିଲଦାରଙ୍କୁ ପ୍ରଦାନ କରାଯିବ । ଏଥିସହ କୋରାପୁଟ ଜିଲ୍ଲା ପ୍ରଶାସନକୁ ମଧ୍ୟ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଦାବି ପତ୍ର ଦିଆଯିବ । ଦାବି ଭିତରେ ମୁଖ୍ୟତଃ ଓଡିଶାର ସ୍ବାର୍ଥ ସୁରକ୍ଷା, ଓଡିଶାର ସୀମା ସୁରକ୍ଷା, କୋଟିଆ ଓ ଦେଓମାଳି ସମସ୍ୟାର ସ୍ଥାୟୀ ସମାଧାନ ରହିଛି ।

ଏହା ବି ପଢନ୍ତୁ..ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟ: ମନ୍ତ୍ରୀ ସମୀର ଦାସଙ୍କୁ ଘଣ୍ଟ ଘୋଡାଇବାକୁ ବିଜେଡିର ପାଓ୍ବାର ଶୋ

ମିଳିଥିବା ସୂଚନା ଅନୁସାରେ, କୋଟିଆରେ କୁରକୁଟି ପାଓ୍ବାର ପ୍ରୋଜେକ୍ଟ କରୁଛି ଆନ୍ଧ୍ର । ଏହି ପ୍ରକଳ୍ପ ପାଇଁ ଦୁଇଟି ଡ୍ୟାମ ନିର୍ମାଣ କରିବାକୁ ପଡିବ । ଉପର ଡ୍ୟାମ ପାରାପାଡୁରେ ହେବ ଫଳରେ ପାଣି ସିଉରା ପର୍ଯ୍ୟନ୍ତ ମାଡି ଆସିବ । ତଳ ଡ୍ୟାମଟି କୁରକୁଟୀ ଠାରୁ ସାଢେ 4 କିଲୋମିଟର ନେରେଡି ବାଲସାରେ ହେବ । ଏହି ଡ୍ୟାମ ହେବା ଦ୍ବାରା ନେରେଡି ବାଲସା, ଆରଜୁ ବାଲସା, ତାଡି ବାଲସା, ଝିକର ବାଲସା ଆଦି ଗାଁ ବୁଡିଯିବାର ଆଶଙ୍କା ରହିଛି । ତେଣୁ ଓଡିଶା ମାଟିରେ ଆନ୍ଧ୍ରର ପ୍ରକଳ୍ପକୁ ବିରୋଧ କରାଯାଉଛି ।

କାରଣ ଏହି ପ୍ରକଳ୍ପ ଦ୍ବାରା ଓଡିଶାର କ୍ଷତି ହେବ । ଯଦି ପ୍ରକଳ୍ପ ହେବ ଓଡିଶା ସରକାର କରିବେ, ଓଡିଶା ମାଟିରେ ହେବ । ଆନ୍ଧ୍ର ଓଡିଶା ମାଟିରେ ପ୍ରକଳ୍ପ କରିପାରିବ ନାହିଁ ବୋଲି କହିଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା । ଆଦାନୀ ସହିତ ଚୁକ୍ତି କରି ଆନ୍ଧ୍ର ଯେଉଁ ପ୍ରକଳ୍ପ କରିବାକୁ ଯାଉଛି ଏହାକୁ କେବେ ବି ସଫଳ ହେବାକୁ ଦିଆଯିବନି ନାହିଁ ବୋଲି କହିଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ।

ବଡ କଥା ହେଲା ଆନ୍ଧ୍ର ଏତେବାଟ ଆଗେଇ ସାରିଥିବା ବେଳେ , ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିସାରିଥିବାବେଳେ ଓଡିଶା ସରକାର ନୀରବଦ୍ରଷ୍ଟା ସାଜିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଓଡିଶା ସୀମା ଭିତରେ ପଶି ଆନ୍ଧ୍ର ପ୍ରକଳ୍ପ କରୁଛି ଆଉ ଓଡିଶା ସରକାର କିପରି ଜାଣିପାରୁନାହାନ୍ତି ବୋଲି ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 9, 2022, 9:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.