ETV Bharat / city

ସ୍କୁଲ ବସ୍ତାନୀ ନିୟମ ଉଲ୍ଲଙ୍ଘନ, ଫେରାଦ ହେଲା ଓଡିଶା ଅଭିଭାବକ ମହାସଂଘ

author img

By

Published : Jan 19, 2021, 8:01 PM IST

ସ୍କୁଲ ବସ୍ତାନୀ ନିୟମ ଉଲ୍ଲଙ୍ଘନ ବିରୋଧରେ ଏନସିପିସିଆରରେ ଫେରାଦ ହେଲା ଓଡିଶା ଅଭିଭାବକ ମହାସଂଘ।

ସ୍କୁଲ ବସ୍ତାନୀ ନିୟମ ଉଂଲ୍ଲଙ୍ଘକୁ ଅଭିଭାବକ ମହାସଂଘର ବିରୋଧ ବିରୋଧ

ଭୁବନେଶ୍ବର: ନିର୍ଦ୍ଧାରିତ ପାଠ୍ୟକ୍ରମ ଓ ସ୍କୁଲ ବସ୍ତାନୀ ନିୟମ ଉଲ୍ଲଙ୍ଘନ ବିରୋଧରେ ଏନସିପିସିଆରରେ ଫେରାଦ ହେଲା ଓଡିଶା ଅଭିଭାବକ ମହାସଂଘ। ଶିକ୍ଷା ଅଧିକାର ଆଇନ ଧାରା-29 ଅନୁଯାୟୀ, ସ୍କୁଲ ଶିକ୍ଷା ବିଭାଗର ସମସ୍ତ ଶିକ୍ଷାନୁଷ୍ଠାନ ଏନସିଇଆରଟି ଦ୍ବାରା ନିର୍ଦ୍ଧାରିତ ପାଠ୍ୟକ୍ରମ ଅନୁଯାୟୀ ପାଠପଢା ହେବ ।

ଏହାସହ ଶ୍ରେଣୀ ଅନୁଯାଇ ଅନୁମୋଦିତ ପୁସ୍ତକ ମଧ୍ୟ ବ୍ୟବହାର କରିବେ ଓ ପୁସ୍ତକ ଗୁଡିକର ସମସ୍ତ ବିବରଣୀ ସ୍କୁଲ ନୋଟିସ ବୋର୍ଡ, ପିଲାଙ୍କ ଡ଼ାଇରୀ, ଅଭିଭାବକମାନଙ୍କୁ ମେସେଜ, ହ୍ଵାଟ୍ସଆପ ମାଧ୍ୟମରେ ତଥା ସ୍କୁଲ ୱେବସାଇଟରେ ଉପଲବ୍ଧ କରାଇବେ ।

ଯେଉଁ ଶିକ୍ଷାନୁଷ୍ଠାନ ଏହାକୁ ନମାନିବେ ତାଙ୍କର ମାନ୍ୟତା ମଧ୍ୟ ପ୍ରତ୍ୟାହାର କରାଯିବାର ଆଇନରେ ପ୍ରାବଧାନ ରହିଛି । ଏନସିପିସିଆର ମଧ୍ୟ ଏ ସଂକ୍ରାନ୍ତ ନିର୍ଦ୍ଧେଶନାମା ରାଜ୍ୟ ସରକାରଙ୍କୁ ବହୁବାର ଦେବା ପରେ ଗଣଶିକ୍ଷା ସଚିବ ମଧ୍ୟ ଅନୁରୂପ ଭାବରେ ନିର୍ଦ୍ଦେଶନାମା ଦେଇ ସମସ୍ତ ଡିଇଓ ମାନଙ୍କୁ କାର୍ଯ୍ୟକାରୀତା ସମ୍ପର୍କରେ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ହେଲେ ଘରୋଇ ସ୍କୁଲମାନେ ଏହି ନିର୍ଦ୍ଦେଶକୁ ନମାନି ମନଇଚ୍ଛା ପ୍ରାଇଭେଟ ପବ୍ଲିକେସନର ବହି ବିକି ଅଭିଭାବକମାନଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟିବା ସହ ଅଯଥାରେ କୋମଳମତି ପିଲାମାନଙ୍କୁ ମାତ୍ରାଧିକ ଓଜନର ବସ୍ତାନୀ ବୋଝ ବୁହାଇ ତାଙ୍କର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ବିଗାଡିବାରେ ଲାଗିଛନ୍ତି l ଯାହାକୁ ନେଇ ଆଜି ଏନସିପିସିଆରରେ ଫେରାଦ ହେଲା ଓଡିଶା ଅଭିଭାବକ ମହାସଂଘ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.