ETV Bharat / city

ପିଲାଙ୍କ ଶୂନ୍ୟ ସଂକ୍ରମଣର ଗ୍ୟାରେଣ୍ଟି ଦିଅନ୍ତୁ ସରକାର: ଓଡିଶା ଅଭିଭାବକ ମହାସଂଘ

author img

By

Published : Jan 4, 2021, 4:55 PM IST

ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଅଭିଭାବକ ସଂଘ କଲା ସ୍ବାଗତ । ପିଲାଙ୍କ ଶୂନ୍ୟ ସଂକ୍ରମଣର ଗ୍ୟାରେଣ୍ଟି ସରକାର ଦେବାକୁ ଦାବି ଜଣାଇଲା ଓଡିଶା ଅଭିଭାବକ ମହାସଂଘ।

The government wants to guarantee the child's zero infection: the Odisha Parents Federation
ପିଲାଙ୍କ ଶୂନ୍ୟ ସଂକ୍ରମଣର ଗ୍ୟାରେଣ୍ଟି ସରକାର ଦେବାକୁ ଦାବି :ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ବର: ପିଲାଙ୍କ ଶୂନ୍ୟ ସଂକ୍ରମଣର ଗ୍ୟାରେଣ୍ଟି ସରକାର ଦେବାକୁ ଦାବି ଜଣାଇଲା ଓଡିଶା ଅଭିଭାବକ ମହାସଂଘ। ରାଜ୍ୟ ସରକାର ଆସନ୍ତା 8 ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବା ସହ ପାଠପଢା ନିଷ୍ପତ୍ତିକୁ ଅଭିଭାବକ ସ୍ବାଗତ କରିଛି । ଏହାସହ ପିଲାମାନଙ୍କ ଶୂନ୍ୟ ସଂକ୍ରମଣର ଗ୍ୟାରେଣ୍ଟି ରାଜ୍ୟ ସରକାର ନେବାକୁ ଦାବି କରାଯାଇଛି ।

ସରକାର ଯେପରି ବାତ୍ୟା ଓ ବନ୍ୟା ସମୟରେ ସମସ୍ତ ବିଭାଗକୁ ଲଗାଇ ଜିରୋ କାଜୁଆଲିଟିର ପଦକ୍ଷେପ ନେଇ ସଫଳତା ସହ ପ୍ରଶଂସା ପାଇଛନ୍ତି । ଠିକ ସେହିପରି ସ୍କୁଲ ଖୋଲିବା କ୍ଷେତ୍ରରେ ମଧ୍ୟ ପିଲାମାନଙ୍କ ଓ ଅଭିଭାବକ ମାନଙ୍କ ସୁରକ୍ଷା କ୍ଷେତ୍ରରେ ଅନୁରୂପ ପଦକ୍ଷେପ ନିଅନ୍ତୁ l ସ୍ବାସ୍ଥ୍ୟ ବିଭାଗର ତତ୍ତ୍ବାବଧାନରେ ସ୍କୁଲରେ ପିଲାଙ୍କ ସୁସ୍ଥତା ଓ ପରିମଳ ପାଇଁ ଦାବି କରାଯାଇଛି । ସେଥିମଧ୍ୟରୁ ଗ୍ରାମାଞ୍ଚଳରେ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ସହରାଞ୍ଚଳରେ ନଗର ଉନ୍ନୟନ ଓ ପୂର୍ତ୍ତ, ଜନସ୍ବାସ୍ଥ୍ୟ ବିଭାଗ ସହ ପୋଲିସ ବିଭାଗକୁ ମଧ୍ୟ ଏଥିରେ ସାମିଲ କରି ପଦକ୍ଷେପ ନିଅନ୍ତୁ l

ସମସ୍ତ ଦାୟିତ୍ବ ସରକାର ନେବା ସହ ମାସ୍କ ଓ ସାନିଟାଇଜର ଆବଶ୍ୟକ ଅନୁଯାଇ ସରକାର ଯୋଗାଇବା ସହ ତଦାରଖ କରିବାକୁ ମହାସଂଘ ଦାବି କରିଛି l ଯେହେତୁ ପରୀକ୍ଷାର ତାରିଖ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରି ସାରିଛନ୍ତି । ଛୁଟିଦିନ ଶହ ଶହେ ଦିନର ପାଠ ପଢ଼ା ପାଇଁ ଘୋଷଣା ହୋଇଛି । ତେଣୁ ଶିକ୍ଷକ ମାନଙ୍କୁ କେବଳ ପାଠ ପଢ଼ାଇବାର ଦାୟିତ୍ବ ଦେବାକୁ ସଂଘ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.