ETV Bharat / city

ଜାତୀୟ କ୍ରୀଡା ଦିବସକୁ କଳା ଦିବସ ଭାବେ ପାଳିବେ ଓଡିଶା ପାରାଲିମ୍ପିଆନ - ଓଡିଶା ପାରା ଅଲିମ୍ପିଆନଙ୍କ ଦାବି

ଆସନ୍ତା ୨୯ ଜାତୀୟ କ୍ରୀଡା ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଓଡିଶା ପାରା ପ୍ଲେୟର୍ସ ଫୋରମ । କ୍ରୀଡାବିତଙ୍କ ପ୍ରତି ରାଜ୍ୟ ସରକାର ଅବହେଳା କରୁଥିବା ଅଭିଯୋଗରେ ଏହି ନିଷ୍ପତ୍ତି ନେଇଛି ସଙ୍ଘ । ଅଧିକ ପଢନ୍ତୁ...

ଜାତୀୟ କ୍ରୀଡା ଦିବସକୁ କଳା ଦିବସ ଭାବେ ପାଳନ କରିବେ ଓଡିଶା ପାରାଲିମ୍ପିଆନ

author img

By

Published : Aug 24, 2021, 10:24 AM IST

ଭୁବନେଶ୍ବର: କ୍ଷୋଭ ବଖାଣିଲେ ଓଡିଆ ପାରା ଅଲିମ୍ପିଆନ୍ । ରାଜ୍ୟ ସରକାରଙ୍କ ମନରେ କ୍ରୀଡା ପତି ଅହେତୁକ ସମର୍ଥନ ଥିଲେ ମଧ୍ୟ ଓଡିଶାର ପାରାଅଲିମ୍ପିକ୍ସ ଖେଳାଳିଙ୍କୁ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି କ୍ରୀଡାବିତ । ତେଣୁ ଆସନ୍ତା ୨୯ ଜାତୀୟ କ୍ରୀଡା ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ତେବେ ପାରାଲିମ୍ପିଆନଙ୍କ ଅଭିଯୋଗ କ୍ରମେ, 'ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡାରେ ପଦକ ଜିତି ରାଜ୍ୟକୁ ଗୌରବାନ୍ବିତ କରୁଥିଲେ ମଧ୍ୟ ସରକାର ଆମ ପ୍ରତି ବିଶେଷ ଦୃଷ୍ଟି ଦେଉନାହାନ୍ତି । ଦୀର୍ଘଦିନ ହେବ ସରକାରୀ ଚାକିରି ପାଇଁ ଦାବି କରି ଆସୁଛୁ । ଏଥିପାଇଁ ରାଜ୍ୟ କ୍ରୀଡା ବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଗୁହାରି କରିଛୁ । ମାତ୍ର କେହି ଶୁଣୁ ନାହାନ୍ତି ।' ତେଣୁ ଆଗାମୀ ୭ ଦିନ ମଧ୍ୟରେ କ୍ରୀଡା ବିଭାଗ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ନ ମିଳିଲେ ଅଗଷ୍ଟ ୨୯ ଜାତୀୟ କ୍ରୀଡା ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ଚେତାବନୀ ଦେଇଛି ଓଡିଶା ପାରା ପ୍ଲେୟର୍ସ ଫୋରମ(OPPF) । ଏଥିସହ ୩୦ ତାରିଖ ଠାରୁ କ୍ରୀଡା ବିଭାଗ ସାମ୍ନାରେ ରାଜ୍ୟର ସମସ୍ତ କ୍ରୀଡାବିତ୍ ଧାରଣାରେ ବସିବେ ବୋଲି ନିଷ୍ପତ୍ତି ନେଇଛି ସଙ୍ଘ ।

ଏନେଇ ଓଡିଶା ପାରା ପ୍ଲେୟର୍ସ ଫୋରମ ପକ୍ଷରୁ ସାମ୍ବାଦିକ ସମ୍ମିଳନୀୟରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଫୋରମର ସାଧାରଣ ସମ୍ପାଦକ ରାଖାଲ କୁମାର ସେଠୀ ଓ ଯୁଗ୍ମ ସମ୍ପାଦକ ସୁନୀଲ ପ୍ରଧାନ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.