ETV Bharat / city

ପଞ୍ଚାୟତ ପଲିଟିକ୍ସ; ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା

author img

By

Published : Oct 26, 2021, 9:29 AM IST

ପଞ୍ଚାୟତ ନିର୍ବାଚନ ନେଇ ଆଜି ପ୍ରକାଶ ପାଇବ ଚୂଡାନ୍ତ ସଂରକ୍ଷଣ ତାଲିକା । ଆସନ୍ତା ଫେବୃୟାରୀ ମାସରେ ଅନୁଷ୍ଠିତ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଅଧିକ ପଢନ୍ତୁ...

ପଞ୍ଚାୟତ ପଲିଟିକ୍ସ; ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା
ପଞ୍ଚାୟତ ପଲିଟିକ୍ସ; ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ଆଜି ପ୍ରକାଶ ପାଇବ ଚୂଡାନ୍ତ ତାଲିକା । ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଆଜି ପ୍ରକାଶ ପାଇବ । ୩୦ ତାରିଖ ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ତାଲିକା ହସ୍ତାନ୍ତର କରାଯିବ ।

ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସଂରକ୍ଷଣକୁ ନେଇ ଆସିଥିବା ବିଭିନ୍ନ ଅଭିଯୋଗର ଶୁଣାଣି ୨୨ ତାରିଖରେ ଶେଷ ହୋଇଛି । ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଆଜି ପ୍ରକାଶ ପାଇବ । ୩୦ ତାରିଖ ସୁଦ୍ଧା ନିର୍ବାଚନ ଆୟୋଗଙ୍କୁ ରାଜ୍ୟ ସରକାର ଚୂଡ଼ାନ୍ତ ତାଲିକା ଦେବେ । ୯୨ ହଜାର ଓ୍ୱାର୍ଡ ମେମ୍ବର, ୬ ହଜାର ୮୦୦ ସରପଞ୍ଚ ଓ ସମିତ ସଭ୍ୟଙ୍କ ତାଲିକା ନିର୍ବାଚନ କମିଶନଙ୍କୁ ଦିଆଯିବ । ଆସନ୍ତା ୩୦ ତାରିଖରେ ଜିଲ୍ଲା ପରିଷଦର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ରାଜ୍ୟ ସରକାର ନିର୍ବାଚନ ଆୟୋଗଙ୍କୁ ଦେବେ । ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପରେ ଭୋଟର ତାଲିକା ପ୍ରସ୍ତୁତି ଆରମ୍ଭ ହେବ ।

ଆସନ୍ତା ଫେବୃୟାରୀ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ଜାରି ରହିଛି । 5ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଫଳ ପ୍ରକାଶ ପାଇବ । ତେବେ କେଉଁ ତାରିଖରେ ଭୋଟ୍‌ ହେବ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ନିର୍ବାଚନ କମିଶନ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.