ଭୁବନେଶ୍ବର: ଆସିଲା ରାଜ୍ୟ ପରିବହନ ବିଭାଗର ସ୍ପିଡ ଲିମିଟ ଗାଇଡଲାଇନ । ଏଣିକି NH ହେଉ କି ଷ୍ଟେଟ-ହାଇଓ୍ବେ ୪ ଥାକିଆ ଲେନ ବ କାମ ଚାଲୁଥିବା ରାସ୍ତାରେ କେତେ ବେଗରେ ଗାଡି ଚଲାଇବେ ସେ ନେଇ ଗାଇଡଲାଇନ ଜାରି କରିଛି ପରିବହନ ବିଭାଗ।
ଗାଇଡଲାଇନ ଅନୁସାରେ ୪ଲେନ ରାସ୍ତାରେ ସର୍ବାଧିକ ୬୦କିମି ପ୍ରତି ଘଣ୍ଟା ବେଗରେ ଗଡିପାରିବ ବାଇକ। ସେହିପରି N-H ଓ S-H ରେ ଘଣ୍ଟାପ୍ରତି ୫୦କିମି ବେଗରେ ଚଲାଇପାରିବେ । ସହର ଭିତରେ ବା ଯଦିରାସ୍ତା କାମ ଚାଲୁଥାଏ ତେଵେ ୪୦ କିମି ପ୍ରତି ବେଗରେ ଯାଇପାରିବେ । ସେହିପରି 3 ଚକିଆ ଗାଡି ଯାତ୍ରିବାହୀ ହେଉ ବା ମାଲବାହୀ ୪ ଲେନରେ ୪୦ କିମି ପ୍ରତି ବେଗରେ ଯାଇପାରିବେ । SH ଓ SH ରେ ୩୦କିମି ପ୍ରତି ଘଣ୍ଟା ବେଗରେ ଯାଇପାରିବେ। ସେହିପରି ଡ୍ରାଇଭରକୁ ମିଶାଇ ୮ସିଟ ତଳକୁ ଥିବା ନନ-ଟ୍ରାନସପୋର୍ଟ ଗାଡି ଗୁଡିକ ୪ ଥାକିଆ ଲେନରେ ଘଣ୍ଟା ପ୍ରତି ୧୦୦କିମି ବେଗରେ ଏବ SH ଓ SH ରେ ଘଣ୍ଟା ପ୍ରତି ୬୦କିମି ବେଗରେ ଯାଇପାରିବେ। ସେହିପରି ରାସ୍ତା କାମ ଚାଲୁଥିଲେ ବା ସହର ଭିତରେ ୫୦କିମି ପ୍ରତି ଘଣ୍ଟା ବେଗରେ ଯାଇପାରିବେ।
୮ରୁ ଅଧିକ ସିଟ ଥିବା ଗାଡି ୪ ଥାକିଆ ଲେନରେ ଘଣ୍ଟା ପ୍ରତି ୮୦କିମି ବେଗରେ ଏବଂ NH ଓ SH ରେ ଘଣ୍ଟା ପ୍ରତି ୬୦କିମି ବେଗରେ ଯାଇପାରିବେ। ରାସ୍ତା କାମ ଚାଲୁଥିଲେ ବା ସହର ଭିତରେ ୪୦ କିମି ପ୍ରତି ଘଣ୍ଟା ବେଗରେ ଯାଇପାରିବେ। ସେହିପରି ମାଲବାହୀ ଗାଡିଗୁଡିକ ୪ ଥାକିଆ ଲେନରେ ଘଣ୍ଟା ପ୍ରତି ୬୦କିମି ବେଗରେ ଏବଂ SH ଓ SH ରେ ଘଣ୍ଟା ପ୍ରତି ୫୦କିମି ବେଗରେ ଯାଇପାରିବେ। ସେହିପରି ରାସ୍ତା କାମ ଚାଲୁଥିଲେ ବା ସହର ଭିତରେ ୩୦ କିମି ପ୍ରତି ଘଣ୍ଟା ବେଗରେ ଯାଇପାରିବେ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ