ETV Bharat / city

ଜରାଜୀର୍ଣ୍ଣ ଅବସ୍ଥା ମୁହାଁ ନନ୍ଦନକାନନ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ସୁର - ଜରାଜୀର୍ଣ୍ଣ ଅବସ୍ଥା ମୁହାଁ ନନ୍ଦନକାନନ

ଭାରତ ତଥା ରାଜ୍ୟର ଗର୍ବ ନନ୍ଦନକାନନ ଏବେ ଜରାଜୀର୍ଣ୍ଣ । ପ୍ରଶାସନର ଅପାରଗତା ଯୋଗୁଁ ଅତୀତରେ ବହୁ ପ୍ରସିଦ୍ଧ ପାଇଥିବା ନନ୍ଦନକାନନ ଏବେ ଅବହେଳିତ । ତେଣୁ ଏହାର ଅବସ୍ଥା ସୁଧାରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ । ଅଧିକ ପଢନ୍ତୁ...

ଜରାଜୀର୍ଣ୍ଣ ଅବସ୍ଥା ମୁହାଁ ନନ୍ଦନକାନନ
ଜରାଜୀର୍ଣ୍ଣ ଅବସ୍ଥା ମୁହାଁ ନନ୍ଦନକାନନ
author img

By

Published : Jun 24, 2021, 9:27 PM IST

ଭୁବନେଶ୍ବର: ଦେଶର ଜଣାଶୁଣା ଚିଡିଆଖାନା ଭାବେ ନନ୍ଦନକାନନର ଖ୍ୟାତି ରହିଛି । ଭାରତ ତଥା ରାଜ୍ୟର ଗର୍ବ ନନ୍ଦନକାନନ ଏବେ ଜରାଜୀର୍ଣ୍ଣ । ପ୍ରଶାସନର ଅପାରଗତା ଯୋଗୁଁ ଅତୀତରେ ବହୁ ପ୍ରସିଦ୍ଧ ପାଇଥିବା ନନ୍ଦନକାନନ ଏବେ ଅବହେଳିତ । ତେଣୁ ଏହାର ଅବସ୍ଥା ସୁଧାରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।

ଜରାଜୀର୍ଣ୍ଣ ଅବସ୍ଥା ମୁହାଁ ନନ୍ଦନକାନନ

ସୁର କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ସହାୟତାରେ 12ଟି ସିଂହ ନନ୍ଦନକାନନରେ ଛଡା ଯାଇଥିଲା । ଏବେ ସେହି ସିଂହ ସଫାରୀରେ ମାତ୍ର 2ଟି ସିଂହ ଅଛନ୍ତି । ଯାହାଙ୍କ ଅବସ୍ଥା ଦୁର୍ବଳ ହୋଇପଡିଛି ।

ବାଘ ସଂଖ୍ୟା 45 ଥିବାବେଳେ ଏବେ ମାତ୍ର 12ଟି ଅଛନ୍ତି । ସେହିପରି 4ଟି ଧଳା ବାଘ ଥିବାବେଳେ ଏବେ ଗୋଟେ ଅଛି । ଅନେକ ସରୀସୃପ ଓ ସାପ ଥିଲେ । ଏବେ ଆଉ ତାଙ୍କର ଚିହ୍ନବର୍ଣ୍ଣ ନାହିଁ । ଅନେକ ପଶୁପକ୍ଷୀ ମରି ହଜି ଗଲେଣି । ଏବେ ନନ୍ଦନକାନନ ତାଲା ପଡିବା ଅବସ୍ଥାକୁ ଆସିଗଲାଣି ।

ଗତ ଅମ୍ଫାନ ବାତ୍ୟାରେ ଅନେକ ଗଛ ଭାଙ୍ଗିଗଲା । ହେଲେ ନୂଆ ଗଛ କିଛି ଲଗାଗଲାନି । ରାସ୍ତା ଭାଙ୍ଗିଥିଲା, ବିଦ୍ୟୁତ ଖୁଣ୍ଟ ଭାଙ୍ଗିଥିଲା । ମାତ୍ର ତାହା ସଜଡ଼ା ଯାଇନାହିଁ । ପାନୀୟ ଜଳ ପ୍ରକଳ୍ପ ମଧ୍ୟ ସୁଧାର ହୋଇପାରିନାହିଁ । ଟୟ ଟ୍ରେନ, ରୋପ ୱେ ମଧ୍ୟ ନଷ୍ଟ ହୋଇଯାଇଛି । ଯାହାର ସଜଡ଼ା ହୋଇନାହିଁ ବୋଲି ସୁର ଅଭିଯୋଗ କରିଛନ୍ତି ।

ଏ ନେଇ ବିଭାଗୀୟ ବିକ୍ରମ କେଶରୀଙ୍କୁ ବାରମ୍ବାର ଭେଟି ଦାବି କରିଛୁ । ବିଶେଷ କିଛି ସଫଳ ହୋଇନାହୁଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ସୁରେଶ । ନନ୍ଦନକାନନକୁ ଆସୁଥିବା ଟୁରିଷ୍ଟଙ୍କ ପଇସା ଯଦି ସେଠାରେ ବିନିଯୋଗ କରାଯାଆନ୍ତା । ତେବେ ଏହାର ଅବସ୍ଥାରେ ସୁଧାର ଆସନ୍ତା । ବାହାର ଦେଶ ତଥା ରାଜ୍ୟରୁ ଅନେକ ପଶୁପକ୍ଷୀ ଆଣିପାରନ୍ତେ ।

ହାତୀ ଓ ବାଘ ଏକ୍ସଚେଞ୍ଜ କରି ଗଣ୍ଡା ଓ ଓଟ ପକ୍ଷୀ ଅଣା ଯାଇଥିଲା । ସେ ଏବେ ଲୋପ ପାଇଗଲେଣି । ଚିଡିଆଖାନାକୁ ଦେଖିଲେ ଦୁଃଖ ଲାଗୁଛି । ହାଇଦ୍ରାବାଦ ଓ କଲିକତା ଚିଡିଆଖାନା ସହିତ ତୁଳନା କଲେ ନନ୍ଦନକାନନ ବହୁତ ପଛରେ ପଡିଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.