ETV Bharat / city

ସହରାଞ୍ଚଳରେ ଜଳନିଷ୍କାସନ ବ୍ୟବସ୍ଥାର ଉନ୍ନତିକରଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡିର ଦାବି - ସହରାଞ୍ଚଳ ଜଳନିଷ୍କାସନ ବ୍ୟବସ୍ଥା

ସହରାଞ୍ଚଳରେ ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି ପାଇଁ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜେଡି ସାଂସଦଙ୍କ ପ୍ରତିନିଧି ମଣ୍ଡଳୀ । ଅଧିକ ପଢନ୍ତୁ...

ସହରାଞ୍ଚଳରେ ଜଳନିଷ୍କାସନ ବ୍ୟବସ୍ଥାର ଉନ୍ନତୀକରଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡିର ଦାବି

author img

By

Published : Aug 8, 2021, 10:32 PM IST

ଭୁବନେଶ୍ବର: ଅମୃତ ଯୋଜନା ଅନ୍ତର୍ଗତ ସହରାଞ୍ଚଳରେ ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି ପାଇଁ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜେଡି ସାଂସଦଙ୍କ ପ୍ରତିନିଧି ମଣ୍ଡଳୀ । ଭୁବନେଶ୍ବର କଟକ ସମେତ ବ୍ରହ୍ମପୁର, ପୁରୀ ଭଳି ସହରର ଜଳ ନିଷ୍କାସନ ବ୍ୟବସ୍ଥା ଉନ୍ନତିକରଣ ପାଇଁ ଦିଆଯାଇଥିବା ଟଙ୍କା ପ୍ରସ୍ତାବକୁ ଅନୁମୋଦନ ପାଇଁ ଦାବି କରିଛି ବିଜେଡି ।

ଢେଙ୍କାନାଳର ଲୋକସଭା ସାଂସଦ ମହେଶ ସାହୁ ଏବଂ ରାଜ୍ୟସଭା ସଦସ୍ୟ ମମତା ମହନ୍ତଙ୍କ ସହ ସାଂସଦ ସୁବାଷ ଚନ୍ଦ୍ର ସିଂ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଭେଟି ଓଡିଶାରେ ଅମୃତ ଯୋଜନା ଅଧୀନରେ ପ୍ରକଳ୍ପ ଅନୁମୋଦନ ପାଇଁ ଏକ ଦାବି ପତ୍ର ଦେଇଛନ୍ତି ।

ସହରାଞ୍ଚଳରେ ଜଳ ଯୋଗାଣ, ସ୍ବେରେଜ, ସହରାଞ୍ଚଳ ପରିବହନ, ପାର୍କ ଇତ୍ୟାଦି ଭିତ୍ତିଭୂମି ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ଅମୃତ ଯୋଜନା ଆରମ୍ଭ କରିଛି । ଏହା ଅଧିନରେ SLIP ଅନୁଯାୟୀ ଓଡିଶା ସରକାର ସହରଗୁଡିକରେ ଜଳ ନିଷ୍କାସନ ବ୍ୟବସ୍ଥାର ବିକାଶ ପାଇଁ 3,700 କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ ପ୍ରସ୍ତାବ କରିଥିଲେ | ତେବେ ବାରମ୍ବାର ଅନୁରୋଧ ପରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଗତ କିଛି ବର୍ଷ ମଧ୍ୟରେ ଏହି ପ୍ରକଳ୍ପଗୁଡିକୁ ଅନୁମୋଦନ କରିନାହାଁନ୍ତି ବୋଲି ରାଜ୍ୟସଭା ସଦସ୍ୟ ସୁବାଷ ସିଂ ଲେଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.