ETV Bharat / city

କର୍କଟ ରୋଗୀଙ୍କୁ ସହାୟତା କଲା ଓଡିଶା-ମୋ ପରିବାର - ଓଡିଶା-ମୋ ପରିବାର

ପୁରୀ ଜିଲ୍ଲା ବ୍ରହ୍ମଗିରିର ୫୨ ବର୍ଷୀୟା ରମା ରଣସିଂହ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏଣୁ ରମାଙ୍କୁ ଓଡିଶା - ମୋ ପରିବାର ସହାୟତାର ହାତ ବଢାଇଛି । ଅଧିକ ପଢନ୍ତୁ...

କର୍କଟ ରୋଗୀଙ୍କୁ ସହାୟତା କଲା ଓଡିଶା-ମୋ ପରିବାର

author img

By

Published : Feb 22, 2021, 8:32 PM IST

ଭୁବନେଶ୍ବର:କର୍କଟ ରୋଗୀଙ୍କୁ ସହାୟତାର ହାତ ବଢ଼େଇଲା ଓଡିଶା - ମୋ ପରିବାର । ପୁରୀ ଜିଲ୍ଲା ବ୍ରହ୍ମଗିରିର ୫୨ ବର୍ଷୀୟା ରମା ରଣସିଂହ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ଆର୍ଥିକ ଅନାଟନ ରମାଙ୍କ ଚିକିତ୍ସା ଲାଗି ବାଧକ ସାଜିଥିଲା ।

ଚିକିତ୍ସା ନିମନ୍ତେ ଅର୍ଥ ଯୋଗାଡ଼ କରିବା ରମାଙ୍କ ପରିବାର ପକ୍ଷେ କଷ୍ଟକର ହୋଇ ପଡିଥିଲା । ଏନେଇ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଏବଂ କଟକ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ରଞ୍ଜନ ବିଶ୍ବାଳଙ୍କୁ ଯୋଗାଯୋଗ କରିଥିଲେ ।

ଉଭୟଙ୍କ ମିଳିତ ଉଦ୍ୟମରେ ରମାଙ୍କୁ କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ସ୍ଥାନାନ୍ତର କରଯାଇଥିଲା । ହେଲେ ପରିବାର ଲୋକେ ଅର୍ଥାଭାବ ହେତୁ ଚିକିତ୍ସା କରିବା ଲାଗି ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏ ନେଇ ରଞ୍ଜନ ଓଡିଶା - ମୋ ପରିବାରକୁ ଅବଗତ କରାଇବା ସହ ଆର୍ଥିକ ସହାୟତା କରିବାକୁ ଅନୁରୋଧ କରିଥିଲେ ।

ଘଟଣା ସମ୍ପର୍କରେ ଜାଣିବା ପରେ ରମାଙ୍କ ଚିକିତ୍ସା ନିମନ୍ତେ ଓଡିଶା-ମୋ ପରିବାର ଏବଂ କୋଣାର୍କ କ୍ୟାନସର ଫାଉଣ୍ଡେସନ ପକ୍ଷରୁ ଆର୍ଥକ ସହାୟତା ପ୍ରଦାନ କରାଯାଇଛି । ଆବଶ୍ୟକ ସମୟରେ ଏହି ସହାୟତା କରିଥିବା ହେତୁ ରମାଙ୍କ ପରିବାରବର୍ଗ ଓଡିଶା - ମୋ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.