ETV Bharat / city

ରାଷ୍ଟ୍ରପତିଙ୍କ ପାଇଁ ମହାପ୍ରସାଦ, ଜଗନ୍ନାଥଙ୍କ ଫୋଟୋ ଚିତ୍ର ସହ ଓଡିଆ କଳାକୃତି ଉପହାର

author img

By

Published : Aug 2, 2022, 9:05 PM IST

ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଓଡିଶା ବିଧାନସଭାର ସର୍ବଦଳୀୟ ସଦସ୍ୟ । ବାଚସ୍ପତିଙ୍କ ନେତୃତ୍ୱରେ ଯାଇଛନ୍ତି ବିଜେଡି ଓ କଂଗ୍ରେସର ବିଧାୟକ । ବିଜେପି ବିଧାୟକ ସନ୍ଧ୍ୟାରେ ବାହାରି ରାତିରେ ପହଞ୍ଚିବେ । ଆସନ୍ତାକାଲି ସାକ୍ଷାତ ସହ ରାଷ୍ଟ୍ରପତିଙ୍କୁ ମହାପ୍ରସାଦ, ଜଗନ୍ନାଥଙ୍କ ଫଟୋ ଚିତ୍ର ଓ ଓଡିଆ କଳାକୃତିର ଉପହାର ପ୍ରଦାନ କରାଯିବ । ଅଧିକ ପଢନ୍ତୁ

Etv Bରାଷ୍ଟ୍ରପତିଙ୍କ ପାଇଁ ମହାପ୍ରସାଦ, ଜଗନ୍ନାଥଙ୍କ ଫୋଟୋ ଚିତ୍ର ସହ ଓଡିଆ କଳାକୃତି ଉପହାରharat
ରାଷ୍ଟ୍ରପତିଙ୍କ ପାଇଁ ମହାପ୍ରସାଦ, ଜଗନ୍ନାଥଙ୍କ ଫୋଟୋ ଚିତ୍ର ସହ ଓଡିଆ କଳାକୃତି ଉପହାର

ଭୁବନେଶ୍ବର: ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଓଡିଶା ବିଧାନସଭାର ସର୍ବଦଳୀୟ ସଦସ୍ୟ । ବାଚସ୍ପତିଙ୍କ ନେତୃତ୍ୱରେ ଯାଇଛନ୍ତି ବିଜେଡି ଓ କଂଗ୍ରେସର ବିଧାୟକ । ବିଜେପି ବିଧାୟକ ସନ୍ଧ୍ୟାରେ ବାହାରି ରାତିରେ ପହଞ୍ଚିବେ । ଆସନ୍ତାକାଲି ସାକ୍ଷାତ ସହ ରାଷ୍ଟ୍ରପତିଙ୍କୁ ମହାପ୍ରସାଦ, ଜଗନ୍ନାଥଙ୍କ ଫଟୋ ଚିତ୍ର ଓ ଓଡିଆ କଳାକୃତିର ଉପହାର ପ୍ରଦାନ କରାଯିବ ।

ଦିଲ୍ଲୀ ଗସ୍ତରେ ଯାଇଛନ୍ତି ଓଡିଶା ବିଧାନସଭାର ବିଧାୟକଗଣ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଯାଇଛନ୍ତି ବିଧାୟକ ଟିମ । ପ୍ରଥମ ପର୍ଯ୍ୟାୟରେ ବିଜେଡି ଓ କଂଗ୍ରେସ ବିଧାୟକ ଯାଇ ଦିଲ୍ଲୀରେ ପହଞ୍ଚିଛନ୍ତି । 2ୟ ପର୍ଯ୍ୟାୟରେ ଅର୍ଥାତ ଆଜି ସନ୍ଧ୍ୟାରେ ବିଜେପି ବିଧାୟକ ଦିଲ୍ଲୀ ଗସ୍ତରେ ଯିବେ । ବାଚସ୍ପତିଙ୍କୁ ମିଶାଇ 24 ବିଧାୟକ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ । ଏହା ଛଡା ଓଡିଶା ବିଧାନସଭାର କିଛି ଅଧିକାରୀ ମଧ୍ୟ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ।

ଆସନ୍ତାକାଲି ପୂର୍ବାହ୍ନ 11.30 ରେ ରାଷ୍ଟ୍ରପତିଙ୍କୁ ଭେଟିବା ଲାଗି ସମୟ ନିର୍ଘଣ୍ଟ ହୋଇଛି । ବିଧାନସଭା ତରଫରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜଗନ୍ନାଥଙ୍କ ମହାପ୍ରସାଦ, ଜଗନ୍ନାଥଙ୍କ ଫଟୋ ଚିତ୍ର ଓ ଓଡିଆ କଳାକୃତିର ଉପହାର ଦିଆଯିବ । ତେବେ କୋଭିଡ ସଂକ୍ରମିତ ହୋଇ ସଂଗରୋଧରେ ଥିବାରୁ ଉପ ବାଚସ୍ପତି ରଜନୀକାନ୍ତ ସିଂ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦିଲ୍ଲୀ ଯାଇନାହାଁନ୍ତି । ସେହିପର ଗୋଡରେ ଆଘାତ ଲାଗି ଆହତ ହୋଇଥିବାରୁ ନବ ନିଯୁକ୍ତ ବିରୋଧୀ ଦଳ ନେତା ଦିଲ୍ଲୀ ଯିବେ ନାହିଁ ।

ଅନ୍ୟପଟେ ଆଜି ଅପରାହ୍ନରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଅନନ୍ତ ନାରାୟଣ ଜେନା, ପଦ୍ମିନୀ ଦିଆନ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଦିଲ୍ଲୀ ଯାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.