ETV Bharat / city

ରାଇସିନା ହିଲରେ ଓଡିଶା ବିଧାୟକ, ରାଷ୍ଟ୍ରପତିଙ୍କୁ ଦେଲେ ସମ୍ବର୍ଦ୍ଧନା - ରାଷ୍ଟ୍ରପତି ଭବନରେ ଓଡ଼ିଶା ବିଧାନସଭା ପ୍ରତିନିଧି ଦଳ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସମ୍ବର୍ଦ୍ଧନା ଦେଲେ ଓଡିଶା ବିଧାୟକ ଦଳ । ଆଜି ସନ୍ଧ୍ୟାରେ ପ୍ରତିନିଧି ଦଳ ଓଡ଼ିଶା ଫେରିବେ । ଅଧିକ ପଢନ୍ତୁ

ରାଇସିନା ହିଲ୍ସରେ ଓଡିଶା ବିଧାୟକ, ରାଷ୍ଟ୍ରପତିଙ୍କୁ ଦେଲେ ସମ୍ବର୍ଦ୍ଧନା

author img

By

Published : Aug 3, 2022, 2:27 PM IST

Updated : Aug 3, 2022, 7:35 PM IST

ଭୁବନେଶ୍ବର: ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ବରେ ଆଜି ଓଡ଼ିଶାର ବିଧାୟକ ଓ ବିଧାୟିକାମାନେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ସମସ୍ତେ ରାଇସିନା ହିଲ୍ସ ଗସ୍ତ କରି ମ୍ୟାଡାମ୍‌ ପ୍ରେସିଡେଣ୍ଟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ବିଧାନସଭାର ସବୁ ଦଳର ବିଧାୟକ/ବିଧାୟିକାମାନେ ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମହାପ୍ରସାଦ, ଜଗନ୍ନାଥଙ୍କ ଫଟୋଚିତ୍ର ଓ ଓଡିଆ କଳାକୃତିର ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି ।

ବିଧାୟକମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ହିଲ୍ସରେ ଦିନ ସାଢ଼େ 11ଟାରେ ଭେଟି ଅଭିନନ୍ଦନ ଜଣାଇବା ସହ ଓଡ଼ିଶା ବିକାଶଧାରାକୁ ଆଗକୁ ନେବାକୁ ସହଯୋଗ ଲୋଡ଼ିଛନ୍ତି । ଏହାସହ ମହାମହିମଙ୍କୁ ଓଡିଶା ବିଧାନସଭା ପକ୍ଷରୁ ଜଗନ୍ନାଥଙ୍କ ମହାପ୍ରସାଦ, ରୂପାର ଜଗନ୍ନାଥଙ୍କ ମୂର୍ତ୍ତି, ଓଡ଼ିଶାର କଳା ସଂସ୍କୃତି ଉପରେ ଅନେକ ଚିତ୍ର ଉପହାର ସ୍ବରୂପ ଦିଆଯାଇଛି । ରାଷ୍ଟ୍ରପତିଙ୍କ ସହ ଫଟୋସେସନ ମଧ୍ୟ କରାଯାଇଛି । ଗତକାଲି(ମଙ୍ଗଳବାର) ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ବରେ ବିଧାୟକ ଦଳ ନୂଆଦିଲ୍ଲୀ ଯାଇଥିଲେ । ବାଚସ୍ପତିଙ୍କ ସମେତ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବିରୋଧୀ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଦେବୀ ମିଶ୍ର, ସୁଦାମ ମାରାଣ୍ଡି, ଶାରଦା ପ୍ରସାଦ ନାୟକ, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ରସାରଥୀ ବେହେରା, ପଦ୍ମିନୀ ଦିଆନ ପ୍ରମୁଖ ଥିଲେ ।

ରାଇସିନା ହିଲ୍ସରେ ଓଡିଶା ବିଧାୟକ, ରାଷ୍ଟ୍ରପତିଙ୍କୁ ଦେଲେ ସମ୍ବର୍ଦ୍ଧନା
ରାଇସିନା ହିଲ୍ସରେ ଓଡିଶା ବିଧାୟକ, ରାଷ୍ଟ୍ରପତିଙ୍କୁ ଦେଲେ ସମ୍ବର୍ଦ୍ଧନା

ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଧାୟକ ସନ୍ତୋଷ ସିଂ ସାଲୁଜା, ସୁବାସ ପାଣିଗ୍ରାହୀ, ନିତ୍ୟାନନ୍ଦ ଗଣ୍ଡ, ସୁଧୀର ସାମଲ, ମନୋହର ରନ୍ଧାରୀ, ରାଜେନ୍ଦ୍ର ସାହୁ, ରାଜ କିଶୋର ଦାସ, ଅନନ୍ତ ନାରାୟଣ ଜେନା, ରମେଶ ଚନ୍ଦ୍ର ବେହେରା, ନାଉରୀ ନାଏକ ଏବଂ କୁସୁମ ଟେଟେ ପ୍ରମୁଖ ଦିଲ୍ଲୀ ଗସ୍ତ କରିଛନ୍ତି । କୋରୋନା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ କାରଣରୁ ଉପବାଚସ୍ପତି ରଜନୀକାନ୍ତ ସିଂ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଶେଷ ମୂହୁର୍ତ୍ତରେ ଏହି ଗସ୍ତରୁ ବାଦ୍‍ ପଡ଼ିଥିଲେ ।

ବିଧାନସଭା ସଚିବାଳୟ ପକ୍ଷରୁ ସଚିବ ଦାଶରଥୀ ଶତପଥୀ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଦୀନକୃଷ୍ଣ କର, ଓଏସ୍‍ଡି ବିଜୟ କୁମାର ସାହୁ ଏବଂ ସେକ୍ସନ ଅଫିସର ବିଭୂତି ଭୂଷଣ ପଟ୍ଟନାୟକ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ପ୍ରତିନିଧି ଦଳର ରହଣି ପାଇଁ ଓଡ଼ିଶା ଭବନରେ ବ୍ୟବସ୍ଥା କରାଯାଇଛି । ଆଜି ସନ୍ଧ୍ୟାରେ ପ୍ରତିନିଧି ଦଳ ଓଡ଼ିଶା ଫେରିବେ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 3, 2022, 7:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.