ETV Bharat / city

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 500 କୋଟି ଦେଲା OMC

author img

By

Published : Jun 18, 2021, 6:21 AM IST

ଓଡି଼ଶା ଖଣି ନିଗମ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 500 କୋଟି ଟଙ୍କା ପ୍ରଦାନ କରିଛି । ଏହା ବ୍ୟତୀତ ଓଡି଼ଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ଏବଂ ଓଡି଼ଶା କାଜୁ ବିକାଶ ନିଗମ ମଧ୍ୟ ରିଲିଫ ପାଣ୍ଠିକୁ 3.76 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ...

Odisha mining corporation, OMC, OMC donates Rs 500 crore, Chief Minister's Relief Fund, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି, 500 କୋଟି ଦେଲା ଓଏମସି, ଓଡି଼ଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍, ଓଡି଼ଶା କାଜୁ ବିକାଶ ନିଗମ
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 500 କୋଟି ଦେଲା ଓଏମସି

ଭୁବନେଶ୍ବର: ଓଡି଼ଶା ଖଣି ନିଗମ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 500 କୋଟି ଟଙ୍କା ପ୍ରଦାନ କରିଛି । ଏହା ବ୍ୟତୀତ ଓଡି଼ଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ଏବଂ ଓଡି଼ଶା କାଜୁ ବିକାଶ ନିଗମ ମଧ୍ୟ ରିଲିଫ ପାଣ୍ଠିକୁ 3.76 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଭର୍ଚୁଆଲ୍ ପ୍ଲାଟଫର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ଏହି ଅର୍ଥର ଚେକ ଗ୍ରହଣ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ମହାମାରୀ ସମୟରେ ଏହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଏହି ତିନୋଟି ନିଗମକୁ ଧନ୍ୟବାଦ ଜଣାଇଛନ୍ତି । ଓଏମସି ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ 500 କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ମହାମାରୀ ସତ୍ତ୍ବେ ଗତ ଆର୍ଥିକ ବର୍ଷରେ OMC 5.42 ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ଗତ ବର୍ଷ ମୋଟ ଖଣିଜ ଉତ୍ପାଦନ 17.12 ନିୟୁତ ଟନ୍ ରହିଥିଲା ବୋଲି ଓଏମସିର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର କହିଛନ୍ତି ।

ଗତ ଆର୍ଥିକବର୍ଷରେ OMC 5592 କୋଟି ଟଙ୍କାର ରାଜସ୍ୱ ହାସଲ କରିଥିଲା । ଯାହା ପୂର୍ବ ବର୍ଷ ତୁଳନାରେ 36.60 ପ୍ରତିଶତ ଅଧିକ । ଆସନ୍ତା ବର୍ଷ ସୁଦ୍ଧା 1 ବିଲିୟନ ଡଲାର ରାଜସ୍ବ ହାସଲ କରିବାକୁ OMC ଲକ୍ଷ୍ୟ ରଖିଥିବା ଓଏମସି ଅଧ୍ୟକ୍ଷ କହିଛନ୍ତି । ଏହା ସହ OMC ରାଜ୍ୟର ଅନେକ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ସମର୍ଥନ ଓ ସହଯୋଗ କରୁଛି । ରାଜ୍ୟର 8ଟି ଜିଲ୍ଲାର 10 ଟି ଉତ୍ସର୍ଗୀକୃତ କୋଭିଡ ଡାକ୍ତରଖାନାକୁ ଅର୍ଥ ପ୍ରଦାନ କରୁଛି OMC ।

ସେହିପରି ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ 2017-18 ବର୍ଷ ପାଇଁ 30% ଲାଭ ଅର୍ଥାତ 3,29,76,362 ଟଙ୍କା ପ୍ରଦାନ କରିଛି । ସେହିପରି କାଜୁ ବିକାଶ ନିଗମ 2018 ବର୍ଷ ପାଇଁ 30% ଲାଭ ଅର୍ଥାତ 46,51,200 ଟଙ୍କା ପ୍ରଦାନ କରିଛି । OAIC ଚେୟାରମ୍ୟାନ୍ ଦେବଶିଷ ମହାନ୍ତି ଏବଂ ଓଏସଡିସିସି ଅଧ୍ୟକ୍ଷ ଅମରେନ୍ଦ୍ର ମହାନ୍ତି ନିଜ ନିଜ ନିଗମ ପାଇଁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଏହି ଚେକ୍ ପ୍ରଦାନ କରିଛନ୍ତି ।

ଅତିରିକ୍ତ ଶାସନ ସଚିବ ରାଜ କୁମାର ଶର୍ମା ଉଭୟ ନିଗମର କାର୍ଯ୍ୟକଳାପ ବିଷୟରେ ସୂଚନା ଦେଇଛନ୍ତି । 1962 ମସିହାରେ ପ୍ରତିଷ୍ଠିତ OAIC 2015-16 ରୁ ଲାଭ କରିଆସୁଛି । ଏହା ରାଜ୍ୟରେ ଚାଷ ଯାନ୍ତ୍ରିକରଣ ମାଧ୍ୟମରେ କୃଷକଙ୍କ ସଶକ୍ତିକରଣକୁ ପ୍ରୋତ୍ସାହିତ କରୁଛି । ସେହିପରି, 1979 ରେ ପ୍ରତିଷ୍ଠିତ OSCDC 1995-96 ପରଠାରୁ ଲାଭ କରୁଛି । କାର୍ଯ୍ୟକ୍ରମରେ କୃଷି ଏବଂ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ, ମୁଖ୍ୟମନ୍ତ୍ରୀଙ୍କ 5ଟି ସଚିବ ଭି. କେ ପାଣ୍ଡିଆନ୍, କୃଷି ସଚିବ ଏସ୍ କେ ବଶିଷ୍ଠ ଏବଂ ତିନିଟି ନିଗମର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.