ETV Bharat / city

ଜୁନ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ମାଟ୍ରିକ ରେଜଲ୍ଟକୁ ନେଇ ସରିଲା ଦ୍ବନ୍ଦ୍ବ । ଏହି ମାସ ଶେଷ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

ଜୁନ ଶେଷ ସପ୍ତାହ ସୁଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

author img

By

Published : Jun 13, 2021, 1:20 PM IST

ଭୁବନେଶ୍ବର: ଏହି ମାସ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । କୋରୋନା ମହାମାରୀକୁ ନେଇ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଥିଲା । ଯାହାକୁ ନେଇ ରେଜଲ୍ଟକୁ ନେଇ ଏକ ଦ୍ଵନ୍ଦ ଥିଲା । ତେବେ ଜୁନ ଶେଷ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

ଜୁନ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ମାଟ୍ରିକ ମୂଲ୍ୟାୟନ ଜୋରଦାର ଚାଲିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବା ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଏହା ସହ ଆସନ୍ତା 17 ରୁ ଆରମ୍ଭ ହେବ ନବମ ଓ ଦଶମ ପାଠପଢ଼ା । ୟୁଟ୍ୟୁବ ମାଧ୍ୟମରେ 10 45 ରୁ ମଧ୍ୟାହ୍ନ 1 ଟା ପର୍ଯ୍ୟନ୍ତ ପାଠପଢ଼ା ହେବ । ପ୍ରତି କ୍ଳାସ 30 ମିନିଟ କରାଯିବ । ସୋମବାର ଠାରୁ ଶୁକ୍ରବାର ଚାଲିବ ପାଠପଢ଼ା । ଉଭୟ ଶ୍ରେଣୀ ପାଇଁ ପ୍ରତି ବିଷୟରୁ ସପ୍ତାହରେ 20 ଟି ବିଷୟ ପାଠପଢ଼ା ହେବ । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହି ପାଠପଢ଼ାର ଆନୁଷଙ୍ଗିକ ବ୍ୟବସ୍ଥା କରିବେ । କୋରୋନା କାଳରେ ସ୍କୁଲ କେବେ ଖୋଲିବ ସେନେଇ ଅନିଶ୍ଚିତତା ଲାଗିରହିଛି । ଏଣୁ ପିଲାଙ୍କୁ ପାଠପଢିବ ପାଇଁ ଆମେ ଚେଷ୍ଟା କରୁଛୁ । ସଂଖ୍ୟାଧିକ ପିଲାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବୁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.