ଭୁବନେଶ୍ବର: ମେ ମାସ 3ରୁ 15 ଯାଏ ହେବ ମାଟ୍ରିକ ପରୀକ୍ଷା । ରାଜ୍ୟରେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ମାଟ୍ରିକ, ମାଧ୍ୟମ (ସଂସ୍କୃତ) ପରୀକ୍ଷା ସହ ମୁକ୍ତ ବିଦ୍ୟାଳୟର ପରୀକ୍ଷା କରିବାକୁ ଯାଉଛି ଗଣଶିକ୍ଷା ବିଭଗ ।
ମେ ମାସ 3 ରୁ 15 ତାରିଖ ରାଜ୍ୟରେ ମାଟ୍ରିକ ପରୀକ୍ଷା ହେବ । 3ରୁ 12 ତାରିଖ ଯାଏ ହେବ ସଂସ୍କୃତ ଓ ମଧ୍ୟମା ପରୀକ୍ଷା। 3ରୁ 15 ଯାଏ ହେବ ମୁକ୍ତ ବିଦ୍ୟାଳୟ ପରୀକ୍ଷା । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ସୂଚନା ମିଳିଛି ।
କୋରୋନା ମହାମାରୀ ପାଇଁ ଦୀର୍ଘ 10 ମାସ ଧରି ସ୍କୁଲ ବନ୍ଦ ରହିଥିବା ବେଳେ ବାର୍ତ୍ତମାନ 100 ଦିନ ପାଇଁ ସ୍କୁଲ ଖୋଲିଛି। ଏହି ସମୟରେ କେବଳ ନବମ ଓ ଦଶମ ଶ୍ରେଣୀର ଛାତ୍ର ଛତ୍ରୀ ଅଫଳାଇନରେ କ୍ଳାସ ରୁମ ଭିତରେ ବସି ପାଠ ପଢୁଛନ୍ତି ।
ତେବେ ମେ ମାସରେ ପରୀକ୍ଷା କୁ ନେଇ ଗଣଶିକ୍ଷା ବିଭଗ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ