ETV Bharat / city

ଜୟ ନାରାୟଣଙ୍କ ଧାନ ବାଣ: ତାରାଙ୍କ ଜବାବ ଯିଏ ଲଙ୍ଗଳରେ ଚାଷ କରିବ ସେ ଧାନ କାଟିବ

author img

By

Published : Sep 21, 2022, 11:07 PM IST

ଜୟ ନାରାୟଣଙ୍କ ଧାନ ବାଣ । ଧାନ ବିଲରେ ସାର ସିଞ୍ଚନ ଆରମ୍ଭ ହୋଇଛି । ଫସଲ ହେବ, 2024ରେ ଫସଲ କାଟିବୁ । ଜୋରଦାର ଲଢେଇ ହେବ, ନବୀନଙ୍କୁ ଶାସନରୁ ହଟାଇବୁ । ଏହା କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ତାରାଙ୍କ ଜବାବ ଯିଏ ଲଙ୍ଗଳରେ ଚାଷ କରିବ ସେ ଧାନ କାଟିବ । ଅଧିକ ପଢନ୍ତୁ

ଧାନ ବାଣ, ଯିଏ ଲଙ୍ଗଳରେ ଚାଷ କରିବ ସେ ଧାନ କାଟିବ

ଭୁବନେଶ୍ବର: ବିଜେପି ବିଧାୟକ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଧାନ ଉପାଖ୍ୟାନ ପରେ ଜୋର ଧରିଛି ରାଜ୍ୟ ରାଜନୀତି । ଜୟନାରାୟଣଙ୍କ ବୟାନ ପରେ ତାଙ୍କୁ ଘେରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡି । ଗଛ ମୂଳରୁ ମରିଗଲେ, ଧାନ କେଉଁଠି କାଟିବେ ବୋଲି ବିରୋଧୀ ଜୟଙ୍କୁ ପ୍ରଶ୍ନ କରିଛନ୍ତି ।

ଧାନ ବିଲରେ ସାର ସିଞ୍ଚନ ଆରମ୍ଭ ହୋଇଛି । ଫସଲ ହେବ, 2024ରେ ଫସଲ କାଟିବୁ । ଜୋରଦାର ଲଢେଇ ହେବ, ନବୀନଙ୍କୁ ଶାସନରୁ ହଟାଇବୁ । ଏହା କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜୟଙ୍କ ଏହି ବୟାନ ଏବେ ଓଡ଼ିଶା ରାଜନୀତିକୁ ଉଷ୍ମ କରିଛି । ଜୟଙ୍କ ଏଭଳି ଦମ୍ଭୋକ୍ତିକୁ ବାଏଁ ବାଏଁ ଉଡାଇ ଦେଇଛି କଂଗ୍ରେସ ଓ ବିଜେଡି । ବିଜେଡି ବିଧାୟକ ସରୋଜ ମେହେର କହିଛନ୍ତି ଯେ, 2019ରେ ମଧ୍ୟ ମିଶନ 120 କଥା କହିଥିଲେ, ଫଳାଫଳ କଣ ହେଲା ।

ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଯେଉଁଠି ସିବିଆଇ ଓ ଇଡି ତଦନ୍ତ କରିବା କଥା ସେଠାରେ ହେଉନାହିଁ । ବିଜେପିକୁ ଯିଏ ବିରୋଧ କରିବ, ସେଠାରେ ଇଡି ଓ ସିବିଆଇ ପଶିବ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇଡି ଓ ସିବିଆଇ ଭୟରେ ଥାଇପାରେ । ଓଡ଼ିଶାର କଂଗ୍ରେସ ନେତାଙ୍କ ପଛରେ ଇଡି ଓ ସିବିଆଇ ପଡିବ ନାହିଁ । ଆମେ ଭୟଭୀତ ହେବାର ନାହିଁ । ସାର କିଏ ବୁଣିବ ଓ ଧାନ କିଏ କାଟିବ, 2024ରେ ଜଣାପଡିବ । ଚାଷୀଙ୍କୁ ସାର ଦେଉନାହାନ୍ତି । ଚାଷୀ ତ୍ରାହିତ୍ରାହି ଡାକୁଛନ୍ତି । ଚାଷୀ ଆତ୍ମହତ୍ୟା କରୁଛନ୍ତି । ଗଛ ଥିଲେ ତ ବିଜେପି ଧାନ କାଟିବ । ଗଛ ମୂଳରୁ ମରିଗଲେ, ବିଜେପି ଧାନ କେଉଁଠି କାଟିବ । ମରୁଡ଼ି ହେଲେ କଣ ଧାନ କଟାଯାଏ । କେନ୍ଦ୍ରୀୟ ନେତା କେତେ ଆସିବେ, ଯିବେ । ଆମେ ଅଛୁ, ରହିବୁ । ଯିଏ ଲଙ୍ଗଳରେ ଚାଷ ଭଲରେ କରିବ, ସେ ଧାନ କାଟିବ ବୋଲି ତାରା କହିଛନ୍ତି ।

ଅନ୍ୟପଟେ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ, "ରାଜ୍ୟରେ ଦୁର୍ନୀତି ନେଇ କାହାକୁ ଅଛପା ନାହିଁ । ରାଜ୍ୟରେ ଖଣିଜ ଦ୍ରବ୍ୟର ବ୍ୟାପକ ଚୋରା ଚାଲାଣ ହେଉଛି । କୋଭିଡ ସମୟରେ ହାଜର ହଜାର ଟ୍ରାକ ଖଣିଜ ସମ୍ପଦ ଚୋରା ଚାଲାଣ ହୋଇଛି । ବେଆଇନ ଖନନ ହୋଇଛି । ବ୍ଲାକ ରୋଜଠୁ ନେଇ ଆଜି ସରକାରୀ ସ୍ତରରେ ଯେଉଁ ସବୁ ଦୁର୍ନୀତି ହେଉଛି, ତାହାର କଳନା ନାହିଁ । ମନ୍ତ୍ରୀ, ଯନ୍ତ୍ରୀଙ୍କ ଠାରୁ ନେଇ ସରକାରଙ୍କ ବଡ଼ ପଣ୍ଡା ମାନେ ଦୁର୍ନୀତିରେ ଲିପ୍ତ ଅଛନ୍ତି । ଟ୍ରାନ୍ସଫରଠୁ ନେଇ ଟେଣ୍ଡର ଫିକ୍ସିଂ ପର୍ଯ୍ୟନ୍ତ ଦୁର୍ନୀତି ରହିଛି । ସ୍ବଚ୍ଛ ସଂସ୍ଥା ଦ୍ବାରା ଏହାର ତଦନ୍ତ ଆବଶ୍ୟକ ରହିଛି । ବିଜେପି 2019 ନିର୍ବାଚନ ଆଗରୁ କଣ କହୁଥିଲେ । 2019ରୁ ଆଜି ଯାଏଁ ତାଙ୍କ ଚାଲିଚଳଣ କଣ ରହିଛି, ତାହା ରାଜ୍ୟବାସୀ ଜାଣିଛନ୍ତି । କେନ୍ଦ୍ରରେ ବିଜେପି ପାଦ ତଳୁ ମାଟି ଖସୁଛି, ସେଠାରେ ସରକାର ରହିବ ନାହିଁ ବିଜେପି ଭାବୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.