ETV Bharat / city

Dhamnagar ByPoll: ବିଜେଡି ପ୍ରାର୍ଥିକୁ ନେଇ ଜୟ ନାରାୟଣଙ୍କ ମନ୍ତବ୍ୟ

author img

By

Published : Oct 13, 2022, 8:56 PM IST

ଧାମନଗର ଉପନିର୍ବାଚନ ପାଇଁ 3 ଦଳ ନିଜ ନିଜ ଯୋଦ୍ଧା ଘୋଷଣା କରିସାରିଛନ୍ତି । ଆସନ୍ତାକାଲି ରହିଛି ନାମାଙ୍କନ ଦାଖଲର ଶେଷ ଦିନ । ତେବେ ଗତକାଲି ଶାସକ ବିଜେଡି ମହିଳା ପ୍ରାର୍ଥୀ ଘୋଷଣା କରି ନୂଆ ରଣନୀତି ଆପଣାଇଛି । ଏହାକୁ ନେଇ ଆଜି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର(JayaNarayan Mishra ) ମୁହଁ ଖୋଲିଛନ୍ତି । ଅଧିକ ପଢନ୍ତୁ

Dhamnagar ByPoll: ବିଜେଡି ପ୍ରାର୍ଥିକୁ ନେଇ ଜୟ ନାରାୟଣଙ୍କ ମନ୍ତବ୍ୟ
Dhamnagar ByPoll: ବିଜେଡି ପ୍ରାର୍ଥିକୁ ନେଇ ଜୟ ନାରାୟଣଙ୍କ ମନ୍ତବ୍ୟ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ 3 ଦଳ ନିଜ ନିଜ ଯୋଦ୍ଧା ଘୋଷଣା କରିସାରିଛନ୍ତି । ଆସନ୍ତାକାଲି ରହିଛି ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ତେବେ ଗତକାଲି ଶାସକ ବିଜେଡି ମହିଳା ପ୍ରାର୍ଥୀ ଘୋଷଣା କରି ନୂଆ ରଣନୀତି ଆପଣାଇଛି । ଏହାକୁ ନେଇ ଆଜି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର (JayaNarayan Mishra) ମୁହଁ ଖୋଲିଛନ୍ତି ।

ଜୟ ନାରାୟଣ କହିଛନ୍ତି ବିଜେଡିରେ ଅଯୋଗ୍ୟତା ସବୁବେଳେ ଯୋଗ୍ୟତା ହୁଏ । କାହା ଦୁର୍ବଳତା ବିଜେପି ପାଇଁ ସବଳତା ନୁହେଁ । ଯେଉଁ ସମାଜରେ ମହିଳାଙ୍କୁ ଦେବୀର ଆଖ୍ୟା ଦିଆଯାଇଛି, ସେଠି ଭେଦଭାବର ପ୍ରଶ୍ନ ଉଠୁନାହିଁ । ରାଜେନ୍ଦ୍ର ଦାସଙ୍କ ବିଦ୍ରୋହ ବିଜେପିକୁ ଲାଭ ଦେଇପାରେ କି ପ୍ରଶ୍ନରେ ଜୟ ନାରାୟଣ କହିଲେ ଯେ ସବୁଠି ଅସନ୍ତୋଷର ଫାଇଦା ବିରୋଧିଙ୍କୁ ମିଳେ ଏଠି ବି ମିଳିପାରେ ।

ଜୟ ଆହୁରି କହିଛନ୍ତି ସବୁ ଜାଗାରେ ବ୍ରଜରାଜନଗର ଭଳି ସ୍ଥିତି ହୁଏ ନାହିଁ । କିନ୍ତୁ ଧାମନଗରରେ ତାର ପୁନରାବୃତ୍ତି ହେବନାହିଁ । ବୁଥ ଲେଭଲ, ୱାର୍ଡ ଲେଭଲରେ ବିଜେପିର ସଙ୍ଗଠନ ଅଛି । ଓଡିଶାର 3 କେନ୍ଦ୍ରମନ୍ତ୍ରୀ ମାନେ ପ୍ରଚାର କରିବେ । ବିଜେଡ଼ି ସରକାରରେ ଅନେକ ଅଯୋଗ୍ୟ ମନ୍ତ୍ରୀ ଅଛନ୍ତି । ନିଜ ବିଭାଗ ବିଷୟରେ ମନ୍ତ୍ରୀ ମାନେ ଜାଣୁନାହାଁନ୍ତି । ଅର୍ଥ ବଳ, ବାହୁ ବଳ ଓ ସରକାରୀ କଳକୁ ନେଇ ବିଜେଡ଼ି ନିର୍ବାଚନ ଜିତୁଛି ବୋଲି ଜୟ ନାରାୟଣ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.