ଭୁବନେଶ୍ବର: ଡାକ୍ତରୀ ପାଠ୍ୟକ୍ରମ ପାଇଁ ଆଜିଠୁ ନାମଲେଖା (Odisha joint entrance examination 2021) ପ୍ରକ୍ରିୟା ଆରମ୍ଭ। ଆଜିଠାରୁ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । 18 ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଛାତ୍ରଛାତ୍ରୀ କରିବେ ପଞ୍ଜୀକରଣ। 24 ତାରିଖରେ ପ୍ରକାଶ ପାଇବ ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ପ୍ରୋଭିଜନାଲ ମେରିଟ ଲିଷ୍ଟ । 27 ତାରିଖରେ ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କ ଚୂଡାନ୍ତ ମେରିଟ ଲିଷ୍ଟ ପ୍ରକାଶ ପାଇବ ।
ଆଜି ଠାରୁ ରାଜ୍ୟରେ MBBS, BDS ସିଟ ପାଇଁ ହେବ କାଉନସେଲିଂ। NEET 2021 ରାଙ୍କ ଅନୁସାରେ କାଉନସେଲିଂରେ ଭାଗ ନେବେ ଛାତ୍ରଛାତ୍ରୀ । ସବୁ ସରକାରୀ ମେଡିକାଲ କଲେଜ ଓ ହାଇଟେକ୍ ଘରୋଇ ମେଡିକାଲ କଲେଜ ପାଇଁ ନାମଲେଖା ହେବ। OJEE ୱେବସାଇଟ୍ (www.ojee.nic.in/ www.odishajee.com) ରେ ବିସ୍ତୃତ କାର୍ଯ୍ୟସୂଚୀ (ପଞ୍ଜୀକରଣ, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ରାଜ୍ୟ ଯୋଗ୍ୟତା ତାଲିକାର ପ୍ରକାଶନ)।
ସବିଶେଷ ସୂଚନା ପାଇଁ ପ୍ରାର୍ଥୀମାନଙ୍କୁ OJEE ୱେବସାଇଟ୍ ଏବଂ OJEE ଆଣ୍ଡ୍ରଏଡ୍ ଆପ୍ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ