ଭୁବନେଶ୍ବର: ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ। ଏହି ସମୟରେ ଓଡିଶାର ସ୍ବାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗ ଉଠିବ ବୋଲି ଜଣାପଡିଛି । ବିଜେପି ଓ କଂଗ୍ରେସ ଏନେଇ ଏଜେଣ୍ଡା ପ୍ରସ୍ତୁତ କରିଥିବା ଉଭୟ ଦଳର ନେତା କହିଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା, ଅଯୋଗ୍ୟ ଘର ହାତେଇବା, ପିଏମ କିଷାନରେ ତାଲିକା ରାଜ୍ୟ ନଦେବା, କୋଭିଡ ପରିଚାଳନା ତ୍ରୁଟି ଏହାକୁ ପ୍ରସଙ୍ଗ କରିବ ବିଜେପି । ସଂସଦରେ ଏସମସ୍ତ ପ୍ରସଙ୍ଗ ବିଜେପି ଉଠାଇବ ବୋଲି ବିଜେପି ସାଂସଦ ବସନ୍ତ ପଣ୍ଡା କହିଛନ୍ତି ।
ସେହିଭଳି ପ୍ରଶ୍ନକାଳ ବାତିଲ କରିବା, କୋଭିଡ ପରିଚାଳନା ତ୍ରୁଟି ଓ ପ୍ରବାସୀ ଶ୍ରମିକ ଆଦି ପ୍ରସଙ୍ଗ ସଂସଦରେ ଉଠାଇବ କଂଗ୍ରେସ । ଏନେଇ ଓଡିଶାରୁ କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲାକା କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ