ଭୁବନେଶ୍ବର: କେନ୍ଦ୍ର ପର୍ଯ୍ୟଟନ ତାଲିକାରେ ଓଡ଼ିଶାର ତିନୋଟି ସ୍ଥାନ ରହିଛି । କେନ୍ଦ୍ରର ୧୦୦ ଟି ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଓଡ଼ିଶାର ଚିଲିକା, କୋଣାର୍କ, ଖଣ୍ଡଗିରି- ଉଦୟଗିରି ଗୁମ୍ଫାକୁ କେନ୍ଦ୍ର ପର୍ଯ୍ୟଟନସ୍ଥଳୀ ତାଲିକାରେ ରହିଛି ।
ସେହିପରି ଜାତୀୟ ଶିକ୍ଷା ନୀତି 2019-2020 ଅନ୍ତର୍ଗତ 'ଏକ ଭାରତ ଶ୍ରେଷ୍ଠ ଭାରତ ଶ୍ରେଷ୍ଠ ଭାରତ' କାର୍ଯ୍ୟକ୍ରମକୁ ସୁଦୃଢ ଓ ପ୍ରଚାର କରିବା ସହ ଛାତ୍ରଛାତ୍ରୀଙ୍କୁ ସାମିଲ କରିବାକୁ ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମ ଅଧିନରେ ଦେଶର ୧୦୦ ପର୍ଯ୍ୟଟନସ୍ଥଳୀ ବୁଲିବେ ଛାତ୍ରଛାତ୍ରୀ । ଏହା ଦ୍ବାରା ଛାତ୍ରଛାତ୍ରୀମାନେ ଦେଶର ସଂସ୍କୃତି ଓ ଇତିହାସ ସମ୍ୱନ୍ଧରେ ଅବଗତ ହୋଇପାରିବେ।ଏନେଇ ୟୁଜିସି ପକ୍ଷରୁ କୁଳପତିଙ୍କୁ ଚିଠି ଲେଖାଯାଇଛି । କୋରୋନା କଟକଣା ସମ୍ପୂର୍ଣ୍ଣ ଭାବେ ଉଠିବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଦିଗରେ ପଦକ୍ଷେପ ନେଇପାରିବେ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ