ETV Bharat / city

ମ୍ୟାଲେରିଆ ଶୂନ୍ୟ ଦିଗରେ ଓଡ଼ିଶା; ତିନି ବର୍ଷରେ ପଜିଟିଭ ହାର ୯୦ ପ୍ରତିଶତ ହ୍ରାସ

ମ୍ୟାଲେରିଆ ପ୍ରବଣ ରାଜ୍ୟ ଓଡ଼ିଶା ଏବେ ମ୍ୟାଲେରିଆ ଶୂନ୍ୟ ଦିଗରେ ଗତି କରୁଛି । ୨୦୧୬ ରୁ ୨୦୧୯ ମସିହା ମଧ୍ୟରେ ରାଜ୍ୟରେ ମ୍ୟାଲେରିଆ ପଜିଟିଭ ହାର ୯୦ ଶତକଡ଼ା କମିଛି । ଅଧିକ ପଢ଼ନ୍ତୁ...

ମ୍ୟାଲେରିଆ ଶୂନ୍ୟ ଦିଗରେ ଓଡ଼ିଶା; ତିନି ବର୍ଷରେ ପଜିଟିଭ୍ ହାର ୯୦ ପ୍ରତିଶତ ହ୍ରାସ

author img

By

Published : Jun 25, 2021, 9:20 PM IST

ଭୁବନେଶ୍ବର: ମ୍ୟାଲେରିଆ ପ୍ରବଣ ରାଜ୍ୟ ଓଡ଼ିଶା ଏବେ ମ୍ୟାଲେରିଆ ଶୂନ୍ୟ ଦିଗରେ ଗତି କରୁଛି । ୨୦୧୬ ରୁ ୨୦୧୯ ମସିହା ମଧ୍ୟରେ ରାଜ୍ୟରେ ମ୍ୟାଲେରିଆ ପଜିଟିଭ ହାର ୯୦ ଶତକଡ଼ା କମିଛି । ଏହି ସମୟରେ ମ୍ୟାଲେରିଆଜନିତ ମୃତ୍ୟୁ ସଂଖ୍ୟା 77 ରୁ ୯ କୁ ହ୍ରାସ ପାଇଛି । ଏହାକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି (ଶୁକ୍ରବାର) ରାଜ୍ୟ ଆନ୍ତଃ ବିଭାଗୀୟ ସମନ୍ବୟ ବୈଠକ ବସିଥିଲା । ଏହି ସମୟରେ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମ୍ୟାଲେରିଆ ନିରାକରଣ ସମ୍ବନ୍ଧିତ ତଥ୍ୟ ଦେଇଛନ୍ତି । ବିଗତ ବର୍ଷରେ ନିଆଯାଇଥିବା ପଦକ୍ଷେପ ଏବଂ ମ୍ୟାଲେରିଆ ସ୍ଥିତି ବିଷୟରେ ସମୀକ୍ଷା କରାଯାଇଛି । ଚଳିତବର୍ଷ ସାମ୍ଭାବ୍ୟ ମ୍ୟାଲେରିଆ ସଂକ୍ରମଣ ରୋକିବାକୁ ଆଗୁଆ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ବିଶେଷ କରି ସହରାଞ୍ଚଳ, ଖଣିଖାଦନ ଅଞ୍ଚଳ, ଗ୍ରାମାଞ୍ଚଳ, ଜଙ୍ଗଲ ଅଞ୍ଚଳରେ ଥିବା ଜନବସତି ଆଦି ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯିବ। ଶିଳ୍ପାନୁଷ୍ଠାନମାନେ ସ୍ବତନ୍ତ୍ର ଜନସ୍ବାସ୍ଥ୍ୟ ୟୁନିଟ୍ ପ୍ରତିଷ୍ଠା କରିବାକୁ କୁହାଯାଇଛି । ସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟର ପ୍ରାୟ ୧୦ ହଜାର ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ କଳାକାର ସଂଘ ଏବଂ ୫୦୦ ପ୍ରକାର ଲୋକକଳାକୁ ସାମିଲ କରାଯିବ ।

୨୦୧୬ ମସିହାରେ ୪.୪୪ ଲକ୍ଷ ମ୍ୟାଲେରିଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଥିଲା । ୭୭ ଜଣ ମ୍ୟାଲେରିଆ ରୋଗରେ ପ୍ରାଣ ହରାଇଥିଲେ । ୨୦୧୯ ମସିହା ବେଳକୁ ପଜିଟିଭ୍ ଏବଂ ମୃତ୍ୟୁ ସଂଖ୍ୟା ହ୍ରାସ ପାଇ ଯଥାକ୍ରମେ ୩୯, ୫୫୬ ଏବଂ ୯ ରେ ପହଞ୍ଚିଛି । ୨୦୨୦ ମସିହାରେ ମଧ୍ୟ ଏହି ହ୍ରାସ ବଜାୟ ରହିଛି । ୨୦୧୮ ରୁ ୨୦୧୯ ମସିହା ମଧ୍ୟରେ ସର୍ବଭାରତୀୟ ସଂକ୍ରମଣ ହାର ୧୭ % ଭାଗ କମିଛି । ଓଡ଼ିଶାରେ ସଂକ୍ରମଣ ହାର ୪୦ % ଭାଗ କମିଛି । ସେହିପରି ୨୦୧୬ ମସିହାରେ ବାର୍ଷିକ ପାରାସାଇଟ୍ ହାର ମାତ୍ର ୮ ଟି ଜିଲ୍ଲାରେ ୧ ରୁ ତଳେ ରହିଥିଲା ।

ମ୍ୟାଲେରିଆ ବିରୁଦ୍ଧ ଅଭିଯାନଭାବେ ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ 'ଦମନ' ନାମକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜାରି ରହିଛି । ୨୦୧୮ ରୁ ୨୦୨୦ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬ , ୦୮୮ ଟି ମ୍ୟାଲେରିଆ ନିରାକରଣ କ୍ୟାମ୍ପ ଆୟୋଜନ କରାଯାଇଛି । ୪୮ ହଜାର ୪୫୫ ଜଣ ଆଶାକର୍ମୀଙ୍କୁ ମ୍ୟାଲେରିଆ ଚିହ୍ନଟ ଓ ଚିକିତ୍ସା ପରିଚାଳନା ବିଷୟରେ ତାଲିମ ଦିଆଯାଇ କାର୍ଯ୍ୟରେ ନିୟୋଜିତ କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.