ETV Bharat / city

ବରିଷ୍ଠ ସଚିବ ସ୍ତରରେ ଅଦଳ ବଦଳ; ନୂଆ ଅର୍ଥ ସଚିବ ହେଲେ ବିଶାଳ ଦେବ - CM Naveen Patnaik

ବରିଷ୍ଠ IAS ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବରିଷ୍ଠ ସଚିବ ସ୍ତରରେ ଅଦଳ ବଦଳ
ବରିଷ୍ଠ ସଚିବ ସ୍ତରରେ ଅଦଳ ବଦଳ
author img

By

Published : Jul 29, 2021, 1:18 PM IST

Updated : Jul 29, 2021, 3:35 PM IST

ଭୁବନେଶ୍ବର: ବରିଷ୍ଠ ଆଇଏଏସ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବରିଷ୍ଠ ଆଇଏଏସ ତଥା ଅର୍ଥ ସଚିବ ଅଶୋକ ମୀନା ହେଲେ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ସଚିବ । ବର୍ତ୍ତମାନ ପର୍ଯ୍ୟଟନ ସଚିବ ଥିବା ବିଶାଳ ଦେବଙ୍କୁ ଅର୍ଥ ସଚିବ ଭାବେ ବଦଳି କଲେ ସରକାର । ପଞ୍ଚାୟତରାଜ ସଚିବ ଥିବା ଡିକେ ସିଂଙ୍କୁ ଖଣି ଓ ଇସ୍ପାତ ବିଭାଗ ଦାୟିତ୍ବ ।

ଇସ୍ପାତ ଓ ମାଇନ୍ସ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ବଦଳି କରାଯାଇଛି । ଏହାସହ ତାଙ୍କୁ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ଆର ଭିନିଲ କ୍ରିଷ୍ଣାଙ୍କୁ ମିଳିଛି ଆଉ ଏକ ଅତିରିକ୍ତ ଦାୟିତ୍ବ । କ୍ରୀଡା ଓ ଯୁବ ସେବା ବିଭାଗର ଅତିରିକ୍ତ ଦାୟିତ୍ବ ତୁଳାଇବେ ଭିନିଲ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 29, 2021, 3:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.