ETV Bharat / city

ରାଜ୍ୟରେ ବଢୁଛି ପ୍ରଦୂଷଣ, ବିଧାନସଭା ଗୃହ କମିଟିର ଉଦବେଗ - ବିଧାନସଭା ଗୃହ କମିଟିର ଉଦବେଗ

ବିଧାନସଭା ପରିବେଶ ସଂକ୍ରାନ୍ତୀୟ ଗୃହ କମିଟିର ଉଦବେଗ ପ୍ରକାଶ। ପ୍ରଦୂଷଣ ରୋକିବାକୁ ସବୁ ପୌରାଞ୍ଚଳରେ ସଚେତନତା ରଥ କରି ବହି ଛପାଇ ବାଣ୍ଟିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 5, 2019, 7:12 PM IST

ଭୁବନେଶ୍ବର: ବିଧାନସଭା ପରିବେଶ ସଂକ୍ରାନ୍ତୀୟ ଗୃହ କମିଟିର ଉଦବେଗ ପ୍ରକାଶ । Carbon emission ବର୍ତ୍ତମାନ ସମୟର ପରିବେଶ ପ୍ରଦୂଷଣ ପାଇଁ ସବୁଠାରୁ ଉଦବେଗର ବିଷୟ । ପ୍ରଦୂଷଣ ରୋକିବାକୁ ସବୁ ପୌରାଞ୍ଚଳରେ ସଚେତନତା ରଥ କରି ବହି ଛପାଇ ବାଣ୍ଟିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କଳକାରଖାନାର ନିର୍ଗତ ଦୂଷିତ ଜଳ, ପ୍ଲାଷ୍ଟିକର ବ୍ୟବହାର, ଗାଁ ଓ ସହର ସଫା ନହେବା, କାରଖାନାରୁ ବିଷାକ୍ତ ଅଙ୍ଗାରକାମ୍ଳ ବାହାରିବା ଏବେ ପ୍ରଦୂଷଣର ମୁଖ୍ୟ କାରଣ । ଆସନ୍ତା ବୈଠକରେ ପ୍ରଦୂଷଣ ସଂକ୍ରାନ୍ତୀୟ ନିୟମ ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ କରାଇବାକୁ ବି ନିର୍ଦ୍ଦେଶ ରହିଛି। ବର୍ତ୍ତମାନ ରାଜ୍ୟର ସାତଟି ସହର ପ୍ରଦୂଷଣ କବଳରେ। ସେଥିମଧ୍ୟରୁ ଭୁବନେଶ୍ବର, କଟକ, ଅନୁଗୋଳ, ତାଳଚେର, ବାଲେଶ୍ବର, ରାଉରକେଲା ଓ କଳିଙ୍ଗନଗର ରହିଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସେହିଭଳି 9ଟି ନଦୀର ଅବବାହିକା ପ୍ରଦୂଷିତ। ସେଥିମଧ୍ୟରୁ ରାଜଧାନୀ ଉପକଣ୍ଠସ୍ଥ ଗଙ୍ଗୁଆ ନାଳ ସର୍ବାଧିକ ପ୍ରଦୂଷିତ ବୋଲି କୁହାଯାଇଛି। ଷ୍ଟାଣ୍ଡିଂ କମିଟି ବୈଠକ ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ଵାଳ ଏହି ସୂଚନା ଦେଇଛନ୍ତି।

ବୈଠକ ପରେ ବିଜେପି ବିଧାୟକ ବିଷ୍ଣୁ ସେଠୀ ବି ନିଜର ପ୍ରତିକ୍ରିୟା ଦେଇଛନ୍ତି । ବୈଠକରେ ବିଭାଗୀୟ ଅଧିକାରୀ ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ । ଧର୍ମକୁ ଆଖି ଠାର ଭଳି ନୂଆ ଯୋଜନା ହେଉଛି ଓ ଗହ୍ଵର ଭିତରେ ହଜିଯାଉଛି । ଭୁବନେଶ୍ବର ଯଦି ଏତେ ପ୍ରଦୂଷିତ ଅନ୍ୟ ଅଞ୍ଚଳ କଥା ବି ସଙ୍ଗୀନ ହୋଇଥିବ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଧାନସଭା ପରିବେଶ ସଂକ୍ରାନ୍ତୀୟ ଗୃହ କମିଟିର ଉଦବେଗ। ବୈଠକ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପ୍ରତିକ୍ରିୟା। Carbon emission ବର୍ତ୍ତମାନ୍ ସମୟର ପରିବେଶ ପ୍ରଦୂଷଣ ପାଇଁ ସବୁଠାରୁ ଉଦବେଗର ବିଷୟ । ପ୍ରଦୂଷଣ ରୋକିବାକୁ ସବୁ ପୌରାଞ୍ଚଳରେ ସଚେତନତା ରଥ କରି ବହି ଛପାଇ ବାଣ୍ଟିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ।
କଳକାରଖାନାର ନିର୍ଗତ ଦୂଷିତ ଜଳ, ପ୍ଲାଷ୍ଟିକର ବ୍ୟବହାର, ଗାଁ ଓ ସହର ସଫା ନ ହେବା, କାରଖାନାରୁ ବିଷାକ୍ତ ଅଙ୍ଗାରକାମ୍ଳ ବାହାରିବା ଚିନ୍ତାର କାରଣ। ଆସନ୍ତା ବୈଠକରେ ପ୍ରଦୂଷଣ ସଂକ୍ରାନ୍ତୀୟ ନିୟମ ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ କରାଇବାକୁ ନିର୍ଦ୍ଦେଶ। ବର୍ତ୍ତମାନ୍ ରାଜ୍ୟର ସାତଟି ସହର ପ୍ରଦୂଷଣ କବଳରେ। ଭୁବନେଶ୍ବର, କଟକ, ଅନୁଗୁଳ, ତାଳଚେର, ବାଲେଶ୍ବର, ରାଉରକେଲା ଓ କଳିଙ୍ଗନଗର।
ନ' ଟି ନଦୀର ଅବବାହିକା ପ୍ରଦୂଷିତ। ରାଜଧାନୀ ଉପକଣ୍ଠସ୍ଥ ଗଙ୍ଗୁଆ ନାଳ ସର୍ବାଧିକ ପ୍ରଦୂଷିତ। ଷ୍ଟାଣ୍ଡିଂ କମିଟି ବୈଠକ ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ଯ ସଚିବ ଦେବୀଦତ୍ତ ବିଶ୍ଵାଳଙ୍କ ସୂଚନା।
ବୈଠକ ପରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟା। ବୈଠକରେ ବିଭାଗୀୟ ଅଧିକାରୀମାନେ ସନ୍ତୋଷଜନକ ଉତ୍ତର ଦେଇ ପାରିଲେ ନାହିଁ।
ଧର୍ମକୁ ଆଖି ଠାର ଭଳି ନୂଆ ଯୋଜନା ହେଉଛି ଓ ଗହ୍ଵର ଭିତରେ ହଜି ଯାଉଚି।
ଭୁବନେଶ୍ବର ଯଦି ଏତେ ପ୍ରଦୂଷିତ ଅନ୍ୟ ଅଞ୍ଚଳ କଥା କଣ କହିବା। ଧର୍ମକୁ ଆଖିଠାର ଭଳି କାର୍ଯ୍ୟ। ଆନ୍ତରିକତା ନାହିଁ।Body:ବାଇଟ ସୂର୍ଯ୍ୟନାରାୟଣ ପାତ୍ର, ବାଚସ୍ପତି
ବାଇଟ ବିଷ୍ଣୁ ସେଠୀ, ବିରୋଧୀ ଦଳ ଉପନେତା
ବାଇଟ ଦେବୀଦତ୍ତ ବିଶ୍ଵାଳ, ସଦସ୍ୟ ସଚିବ, ରାଜ୍ୟ ପ୍ରଦୂଷଣ ବୋର୍ଡConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.