ETV Bharat / city

Omicron Scare: ରାଜ୍ୟରେ ଜୋରଦାର ହେବ ସର୍ଭିଲାନ୍ସ - ଓଡିଶାରେ ଓମିକ୍ରନ ଚିନ୍ତା

ଓଡିଶାରେ ଓମିକ୍ରନ ଭୟ । ରାଜ୍ୟରେ ସର୍ଭିଲାନ୍ସକୁ ଜୋରଦାର କରାଯିବ ବୋଲି କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ରାଜ୍ୟରେ ଜୋରଦାର ହେବ ସର୍ଭିଲାନ୍ସ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Dec 23, 2021, 12:55 PM IST

Updated : Dec 23, 2021, 1:33 PM IST

ଭୁବନେଶ୍ବର: ଓଡିଶାରେ ଘନଉଛି ଓମିକ୍ରନ ବିପଦ । ପୂର୍ବରୁ ରାଜ୍ୟରେ ଦୁଇ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ଆଉ ଦୁଇଟି ମାମଲା ସାମ୍ନାକୁ ଆସିଛି । ସେପଟେ ନୂଆ ଭାରିଆଣ୍ଟର ମୁକାବିଲା ପାଇଁ ଘନ ଘନ ବୈଠକ କରୁଛନ୍ତି ସରକାର । ଇତିମଧ୍ୟରେ ଏହି ଭାରିଆଣ୍ଟର ମୁକାବିଲା ସର୍ଭିଲାନ୍ସକୁ ଜୋରଦାର କରିବା ସଙ୍ଗେ ସଙ୍ଗେ ଟେଷ୍ଟିଂ ବୃଦ୍ଧି ଦିଗରେ ଗୁରୁତ୍ବାରୋପ କରିଛି ସ୍ବାସ୍ଥ୍ୟ ବିଭାଗ । ଏଣିକି ରାଜ୍ୟରେ ସର୍ଭିଲାନ୍ସକୁ ଜୋରଦାର କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ରାଜ୍ୟରେ ଜୋରଦାର ହେବ ସର୍ଭିଲାନ୍ସ

ରାଜ୍ୟରେ କୋଭିଡ ଟେଷ୍ଟିଂ ବଢିବ । ଦୈନିକ 70 ହଜାରରୁ ଅଧିକ ଟେଷ୍ଟ କରାଯିବ । ଟୀକାକରଣକୁ ବ୍ୟାପକ କରାଯିବା ସହ ସର୍ଭିଲାନ୍ସକୁ ଜୋରଦାର କରାଯିବ । ପ୍ରତ୍ୟେକ ଜିଲ୍ଲାପାଳ ବିଦେଶ ଫେରନ୍ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିବେ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ଦେଶରେ ବଢୁଥିବା ଓମିକ୍ରନ ମାମଲାକୁ ନେଇ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ବୈଠକ ଜାରି ରହିଛି । ଏଥିରେ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Dec 23, 2021, 1:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.