ETV Bharat / city

ETV Bharat Impact: ଜାଲ ଭିନ୍ନକ୍ଷମ ସାର୍ଟିଫିକେଟରେ ଆଡମିଶନ ଘଟଣା, ସାରା ରାଜ୍ୟରେ ହେବ ତଦନ୍ତ - ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ନା ଲେଖା ଘଟଣା

ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଚାଲିଥିଲା ଖେଳ । ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ ହେଉଥିଲା ଆଡମିଶନ । ଏବେ ଉଚ୍ଚ ଶିକ୍ଷା ବିଭାଗର ଖୋଲିଲା ଆଖି ! ସବୁ ଭିନ୍ନକ୍ଷମ ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଉଚ୍ଚଶିକ୍ଷା ସଚିବ । ସବୁ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ସଚିବଙ୍କ ଚିଠି । ଅଧିକ ପଢନ୍ତୁ

ETV Bharat Impact:
ETV Bharat Impact:
author img

By

Published : Jan 24, 2022, 8:05 PM IST

ଭୁବନେଶ୍ବର/ଭଦ୍ରକ: ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଚାଲିଥିଲା ଖେଳ । ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟରେ ହେଉଥିଲା ଆଡମିଶନ (fake disability certificate issue in Bhadrak autonomous college) । କେମିତି ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ କଲେଜରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ? କଣ ପାଉଛନ୍ତି ସୁବିଧା ସୁଯୋଗ ? ଏନେଇ ଏକ ଅନୁସନ୍ଧାନ ମୂଳକ ଖବର ଗତ 12 ତାରିଖରେ ଇଟିଭି ଭାରତରେ ପ୍ରକାଶ ପାଇଥିଲା । ଇଟିଭି ଭାରତରେ ଖବର ପ୍ରକାଶ ପାଇବାରେ ଆକ୍ସନକୁ ଆସିଛି ଉଚ୍ଚଶିକ୍ଷା ବିଭାଗ ।

Photo
ଜାଲ ଭିନ୍ନକ୍ଷମ ସାର୍ଟିଫିକେଟରେ ଆଡମିଶନ ଘଟଣା, ସାରା ରାଜ୍ୟରେ ହେବ ତଦନ୍ତ

ଆଜି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଆସୁଥିବା ରାଜ୍ୟର ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ଭଦ୍ରକ ସ୍ବଂୟ ଶାସିତ କଲେଜରେ ନାମ ଲେଖାକୁ ନେଇ ହୋଇଥିବା ଜାଲିଆତିକୁ ଉଲ୍ଲେଖ କରି ସବୁ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଯେଉଁମାନେ ନାମ ଲେଖାଇଛନ୍ତି, ସେହିସବୁ ସାର୍ଟିଫିକେଟ ଗୁଡିକର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସଂପୃକ୍ତ ସାର୍ଟିଫିକେଟ ଗୁଡିକ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ (CDMO)ଙ୍କ ଜରିଆରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନଙ୍କ ସାର୍ଟିଫିକେଟ ନକଲି ବା ଜାଲ ଜଣାପଡିବ ତାହାଙ୍କର ନାମଲେଖା ବାତିଲ କରିବା ସହ ସ୍ଥାନୀୟ ଥାନାରେ ଏତଲା ଦେବାକୁ କଲେଜ ଅଧ୍ୟକ୍ଷ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାବି ପଢନ୍ତୁ: ଭବିଷ୍ୟତ ସହ ଖେଳ ! ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟରେ ଆଡମିଶନ, କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ ଖବର

କେମିତି ଘଟଣା ଆସିଥିଲା ସାମନାକୁ ?

ମିଳିଥିବା ତଥ୍ୟ ଅନୁସାରେ ଭଦ୍ରକ ସ୍ବଂୟ ଶାସିତ ମହାବିଦ୍ୟାଳୟରେ କେତେକ ଛାତ୍ର ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ବଳରେ ଆଡମିଶନ କରିଛନ୍ତି। ଆଡମିଶନ ପରେ ସେମାନଙ୍କ ଦିବ୍ୟାଙ୍ଗ ସଂରକ୍ଷଣର ତାଲିକା ଦେଖିବା ପରେ ଜଣେ ପୂରାତନ ଛାତ୍ର ସୂଚନା ଅଧିକାର ଆଇନ ବଳରେ ମହାବିଦ୍ୟାଳୟକୁ ସେମାନଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ମାଗିଥିଲେ । ଆଉ ସେହି ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇବା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସେଗୁଡିକ ଯାଞ୍ଚ ପାଇଁ ଦିଆଯାଇଥିଲା । କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଥିଲା ସାଂଘାତିକ । କାରଣ ସେହି ବିଦ୍ୟାଙ୍ଗ ପ୍ରମାଣପତ୍ର ମେଡିକାଲ ତରଫରୁ ଯୋଗାଇ ଦିଆଇଯାଇନଥିବା କୁହାଯାଇଥିଲା । ସେସବୁ ନକଲି ହୋଇଥିବା ସ୍ପଷ୍ଟ ହୋଇଥିଲା । ଏନେଇ ପ୍ରଥମେ ଇଟିଭି ଭାରତରେ ଖବର ପ୍ରକାଶ ପାଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସଙ୍କ ସହ ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.