ଭୁବନେଶ୍ବର: ରାଜ୍ୟରେ କୋରୋନା ଟିକାର କମ୍ ଯୋଗାଣ ଓ ଅନିୟମିତ ଯୋଗାଣ ଯୋଗୁଁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି । ଯଦ୍ବାରା ପ୍ରତ୍ୟେକ ଦିନ ରାଜ୍ୟର ଅନେକ ସ୍ଥାନରେ ଟୀକାକରଣ ବନ୍ଦ ରହୁଛି । ଏନେଇ ଓଡିଶାକୁ 25 ଲକ୍ଷ କୋଭିଶିଲ୍ଡ ଡୋଜ ଯୋଗାଇବାକୁ ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କେନ୍ଦ୍ରକୁ ଚିଠି ଲେଖିଥିଲେ ଏବଂ ଆଜି(ଶୁକ୍ରବାର) 3 ଲକ୍ଷ ଡୋଜ ଓଡିଶାକୁ ଆସିଥିଲା । ଏହାପରେ ମଧ୍ୟ 10 ଦିନ ପାଇଁ ପ୍ରାୟ 25 ଲକ୍ଷ ଡୋଜ ଟିକା ଓଡିଶାକୁ ଯୋଗାଇବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପୁନର୍ବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।
ଗୁରୁବାର ସୁଦ୍ଧା ରାଜ୍ୟକୁ ୫୦ ଲକ୍ଷ ୭୯ ହଜାର ୬୫୦ ଡୋଜ ଟକା ଯୋଗାଇ ଦିଆଯାଇଛି । ତା ମଧ୍ୟରୁ ୪୫ ଲକ୍ଷ ୪୨ ହଜାର ୮୬୦ ଡ଼ୋଜ କୋଭିଶିଲ୍ଡ ଟିକା ହୋଇଥିବା ବେଳେ ଅବଶିଷ୍ଟ ୫ ଲକ୍ଷ ୩୬ ହଜାର ୭୮୦ କୋଭାକ୍ସିନ୍ ଟିକା ଅଟେ । ରାଜ୍ୟରେ କେବଳ ୧ ଲକ୍ଷ ୭୪ ହଳାର ୪ ଡୋଜ କୋଭିଶିଲ୍ଡ ଏବଂ 2 ଲକ୍ଷ 49 ହଜାର 196 ଡୋଜ୍ କୋଭାକ୍ସିନ୍ ଟିକା ଉପଲବ୍ଧ ରହିଥିଲା । କିନ୍ତୁ କେନ୍ଦ୍ରକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚିଠି ପରେ ଶୁକ୍ରବାର ରାଜ୍ୟକୁ 3 ଲକ୍ଷ ଡୋଜ ଆସିଛି । ମାତ୍ର ଏହା ଯଥେଷ୍ଟ ନଥିବା ଦର୍ଶାଇ ପୁନର୍ବାର କେନ୍ଦ୍ରକୁ ଟିକା ପାଇଁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ