ETV Bharat / city

ମାରାତ୍ମକ Hyperthermia, ଖରାକୁ ଅଯଥାରେ ନ ବାହାରିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ - ମଲିଙ୍ଗନା ହାଇପରଥର୍ମିଆ ରୋଗ

ପ୍ରବଳ ତାତି ବଢାଉଛି ମଲିଙ୍ଗନା ହାଇପରଥର୍ମିଆ ରୋଗ । ଜଳୀୟ ଅଂଶ କମିବା ସହ କରାଉଛି ଶକ୍ତିହୀନ। ଅଧିକ ପଢନ୍ତୁ

ମଲିଙ୍ଗନା ହାଇପରଥର୍ମିଆ ବହୁତ କ୍ଷତିକାରଣ:ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : May 22, 2022, 3:12 PM IST

ଭୁବନେଶ୍ବର : ପ୍ରବଳ ତାତି ବଢାଉଛି ମଲିଙ୍ଗନା ହାଇପରଥର୍ମିଆ ରୋଗ । ଜଳୀୟ ଅଂଶ କମିବା ସହ କରାଉଛି ଶକ୍ତିହୀନ। ଦରକାର ନ ଥିଲେ ଅଯଥା କାମରେ ଘରୁ ଖରାରେ ବାହାରନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । କାହିଁକିନା ତାତି ଯୋଗୁଁ ଏ ମାରାତ୍ମକ ରୋଗ ବଢିବାର ସମ୍ଭାବନା ଅଧିକ ରହିଛି । ପାଣିପାଗ କେନ୍ଦ୍ର ପରେ ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଦୁଇ ଜୀବନ ନେଇସାରିଛି ପରିବର୍ତ୍ତିତ ଜଳବାୟୁ। ହିଟଷ୍ଟ୍ରୋକ ଏବଂ ହାଇପରଥର୍ମିଆରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହାଇପରଥର୍ମିଆ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ "ମଲିଙ୍ଗନା ହାଇପରଥର୍ମିଆ ଏକ ସାଙ୍ଘାତିକ ରୋଗ ।

ମଲିଙ୍ଗନା ହାଇପରଥର୍ମିଆ ବହୁତ କ୍ଷତିକାରଣ:ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଶରୀରରୁ ଜଳୀୟ ଅଂଶ କମିବା ସହ ମଣିଷଙ୍କୁ ଶକ୍ତିହୀନ କରାଇ ଥାଏ ଏହି ରୋଗ । ତାତି ନ ବଢିଲେ ମଧ୍ୟ ଶରୀରର ତାପମାତ୍ରା ଅଧିକ ରହୁଛି । ଚିକିତ୍ସା ଅପେକ୍ଷା ପ୍ରତିକାର କରିବା ଆବଶ୍ୟକ। ଖରା ଯୋଗୁଁ ମଣିଷ ଦେହରୁ ଲବଣ ପଦାର୍ଥ କମ ହେଉଛି । ପ୍ରଭାବରେ ଚର୍ମ ଜନିତ ସମସ୍ୟା ସହ ହିଟ୍‌ ଷ୍ଟୋକ ହେଉଛି। ଏହାର ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ।"

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.